ଆଇପିଏଲ୍ ଫ୍ୟାନ୍ସମାନଙ୍କୁ ଶକ୍ତ ଝଟକା ! ଷ୍ଟାଡ଼ିଅମକୁ ନେଇପାରିବେନି ଏହିସବୁ ଜିନିଷ, ଜାଣନ୍ତୁ କଣ
ମୁମ୍ବାଇ : ଆଉ କେଇ ଘଣ୍ଟାର ଅପେକ୍ଷା । ତା’ ପରେ ଆରମ୍ଭ ହେବ ଆଇପିଏଲ୍-୨୦୨୩ । ଅହମ୍ମଦାବାଦ୍ର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ଗତବର୍ଷର ଚମ୍ପିଆନ ଗୁରୁଜାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ୍ ।
ତେବେ ଏହି ଉଦଘାଟନୀ ମ୍ୟାଚରେ ଫ୍ୟାନ୍ସମାନଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଫ୍ୟାନ୍ସଙ୍କ ପାଇଁ ଏକ ବଡ ଘୋଷଣା କରାଯାଇଛି । ସେହିପରି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚରେ ଫ୍ୟାନ୍ସମାନଙ୍କୁ ଏହି ଅନୁମତି ମିଳିପାରିବ ନାହିଁ ବୋଲି ମଧ୍ୟ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ଏହା କଣ…
#TitansFAM, “Do” come to the Narendra Modi Stadium to watch your team in action, but there are a few “Don'ts” we all must follow for smooth proceedings!#AavaDe pic.twitter.com/TlFhUTxMij
— Gujarat Titans (@gujarat_titans) March 27, 2023
ଆଇପିଏଲ-୨୦୨୩ ଉଦଘାଟନୀ ମ୍ୟାଚ ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟରୁ ଜାଣିବାକୁ ମିଳିଛି ଯେ, ନରେନ୍ଦ୍ର ମୋଦି ଷ୍ଟାଡିୟମକୁ କିଛିଟା ଜିନିଷ ନେବା ପାଇଁ ଫ୍ୟାନ୍ସଙ୍କୁ ମିଳିବନି ଅନୁମତି । ଏଠାରେ ଏହି ଜିନିଷଗୁଡିକ ଉପରେ ବ୍ୟାନ ଲଗାଯାଇଛି ।
ତେବେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ସେୟାର କରାଯାଇଥିବା ଏହି ପୋଷ୍ଟରେ କୁହାଯାଇଛି ଯେ, ଷ୍ଟାଡିୟମ ଭିତରକୁ ଦର୍ଶକମାନେ ପାୱାରବ୍ୟାଙ୍କ, ସିଗାରେଟ ଲାଇଟର, ଉଡେନ ଷ୍ଟିକ ସହିତ ତୀକ୍ଷ୍ଣ ପଦାର୍ଥ, ବ୍ୟାକପ୍ୟାକ, ସେଲଫି ଷ୍ଟିକ, ବୋତଲ, ଛତା, କ୍ୟାମେରା, ହତିଆର, ଖାଦ୍ୟ, ହେଲମେଟ ଏବଂ କଏନ ଇତ୍ୟାଦି ଉପରେ ବ୍ୟାନ ଲଗାଇଛନ୍ତି ।
