ଆଇପିଏଲ-୨୦୨୩ ଉଦଘାଟନୀ ମ୍ୟାଚ : ମୁହାଁମୁହିଁ ହେବେ ଚେନ୍ନାଇ-ଗୁଜୁରାଟ, ଜାଣନ୍ତୁ କାହା ପଲା ଭାରି
ମୁମ୍ବାଇ : ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାକୁମ୍ଭ ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ)-୨୦୨୩ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟନ୍ସ । ଅହମ୍ମଦାବାଦ୍ର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସଂଧ୍ୟା ୭ଟା ୩୦ରେ ଖେଳାଯିବ ଏହି ମ୍ୟାଚ୍ ।
ତେବେ ଗତ ଆଇପିଏଲ-୨୦୨୨ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ହୋଇଥିଲା ହାର୍ଦ୍ଦିକ ପାଣ୍ଡ୍ୟଙ୍କ ନେତୃତ୍ୱଧୀନ ଗୁଜୁରାଟ ଟାଇଟନ୍ସ । ନିଜ ପଦାର୍ପଣ ସିଜିନରେ ହିଁ ହାତେଇଥିଲା ଟ୍ରଫି । ସେହିପରି ଆଇପିଏଲ୍ ଇତିହାସରେ ସବୁଠୁ ସଫଳତମ ଅଧିନାୟକ ମଧ୍ୟରେ ମହେନ୍ଦ୍ର ସିଂହ ଧୋନି ଜଣେ । ୨୦୦୮ରୁ ଆରମ୍ଭ ହୋଇଥିବା ଆଇପିଏଲ୍ରେ ଧୋନିଙ୍କ ଟିମ୍ ମାନେ ଚେନ୍ନାଇ ସୁପର କିଙ୍ଗସ୍ ଏବେ ଯାଏଁ ୪ ଥର ଟ୍ରଫି ଜିତିସାରିଛି ।
ତେବେ ଦେଖିବାକୁ ବାକି ରହିଲା ଆଇପିଏଲ୍ ୨୦୨୩ ସିଜିନ୍ର ପ୍ରଥମ ମ୍ୟାଚ୍ କିଏ ଜିତୁଛି । ଜଣେ ଅଭିଜ୍ଞ କ୍ୟାପଟେନ୍ ଜିତୁଛି ନା ଜଣେ ଯୁବ ଅଧିନାୟକଙ୍କ ଟିମ୍ ଜିତୁଛି । ଯିଏ ନିଜ ପଦାର୍ପଣ ସିଜିନ୍(୨୦୨୨)ରେ ଟ୍ରଫି ହାତେଇସାରିଛି । ଏହା ପୂର୍ବରୁ ଗତ ସଂସ୍କରଣରେ ଉଭୟ ଦଳ ମୁହାଁମୁହିଁ ହୋଇଥିବା ବେଳେ ଦୁଇଟି ଯାକ ମ୍ୟାଚରେ ଗୁଜୁରାଟ ବିଜୟୀ ହୋଇଥିଲା । ତେବେ ଏହି ସିଜନରେ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ସିଏସକେ ।
ସୂଚନା ଯେ, ୧୨ଟି ସହରରେ ଖେଳାଯିବ ଆଇପିଏଲ-୨୦୨୩ର ସମସ୍ତ ମ୍ୟାଚ। ଘରୋଇ ଓ ବାହାର ପିଚରେ ୭ଟି ଲେଖାଏଁ ମ୍ୟାଚ ଖେଳିବେ ଫ୍ରାଞ୍ଚାଇଜ। ଆଇପିଏଲ ମ୍ୟାଚ ପ୍ରତ୍ୟହ ଦିନ ମ୍ୟାଚ ଅପରାହ୍ଣ ୩.୩୦ ଏବଂ ରାତି ମ୍ୟାଚ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଆଇପିଏଲ ଟୁର୍ଣ୍ଣାମେଣ୍ଟର ୧୬ତମ ସଂସ୍କରଣ ମାର୍ଚ୍ଚ ୩୧ରେ ଆରମ୍ଭ ହେବାକୁ ଥିବାବେଳେ ଆଇପିଏଲ୍ ୨୦୨୩ର ପ୍ଲେ ଅଫ୍ ମ୍ୟାଚ୍ ପାଇଁ ବିସିସିଆଇ ଏପର୍ଯ୍ୟନ୍ତ ତାରିଖ ପ୍ରକାଶ କରି ନାହିଁ। ଆଇପିଏଲ୍ ୨୦୨୩ରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ଲିଗ୍ ରାଉଣ୍ଡରେ ସମସ୍ତ ୧୦ଟି ଦଳ ୧୪ଟି ମ୍ୟାଚ୍ ଖେଳିବେ। ଏହିପରି, ଲିଗ୍ ରାଉଣ୍ଡରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ। ତା’ପରେ ପ୍ଲେ ଅଫ୍ର ଚାରୋଟି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ସମସ୍ତ ମ୍ୟାଚ୍ ସମଗ୍ର ଦେଶରେ ୧୨ଟି ଗ୍ରାଉଣ୍ଡରେ ଖେଳାଯିବ। ସମସ୍ତ ୧୦ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଦଳ ଗ୍ରୁପ ପର୍ଯ୍ୟାରେ ୧୪ଟି ଲେଖାଏଁ ମ୍ୟାଚ୍ ଖେଳିବେ। ଦଳଗୁଡିକୁ ସାତୋଟି ମ୍ୟାଚ୍ ଘରୋଇ ପଡିଆରେ ଏବଂ ଅନ୍ୟ ସାତ ମ୍ୟାଚ୍ ବିପକ୍ଷ ଦଳର ଘରୋଇ ପଡିଆରେ ଖେଳିବାକୁ ପଡିବ।
ଆଇପିଏଲ୍ ୨୦୨୩ର ଗ୍ରୁପ :
ଗ୍ରୁପ ଏ : ମୁମ୍ଵାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ
ଗ୍ରୁପ ବି : ଚେନ୍ନାଇ ସୁପର କିଙ୍ଗ୍ସ, ପଞ୍ଜାବ କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ।
