ଆଇପିଏଲ-୨୦୨୩ : ଟସ ଜିତିଲା ଲକ୍ଷ୍ନୌ, ବ୍ୟାଟିଂ କରିବ ବାଙ୍ଗାଲୋର
ବେଙ୍ଗାଲୁରୁ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ର ରବିବାର ୧୫ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ସୋମବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଏହି ମ୍ୟାଚ ଏମ୍. ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଖେଳାଯିବ । ବାଙ୍ଗାଲୋର ଠାରୁ ପୂର୍ବ ପ୍ଲେ-ଅଫ ପରାଜୟର ପ୍ରତିଶୋଧ ନେବା ଲକ୍ଷରେ ଲକ୍ଷ୍ନୌ ଟସ ଜିତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର ।
ଆରସିବିର ଡେଥ୍ ବୋଲିଂ ଦଳ ପାଇଁ ବଡ଼ ଚିନ୍ତାର ବିଷୟ ହୋଇଛି। କେକେଆର୍ ବିପକ୍ଷ ମ୍ୟାଚର ଏକ ମୁହୂର୍ତ୍ତରେ ସିଜନର ଦ୍ୱିତୀୟ ବିଜୟ ହାସଲ କରିବ ବୋଲି ମନେ କରୁଥିଲା ଆର୍ସିବି। ସେତେବେଳେ ବିପକ୍ଷ ଦଳର ୧୨ତମ ଓଭରରେ ୫ଉଇକେଟରେ ୮୯ ରନ କରି ସଙ୍କଟରେ ପଡ଼ିଥିଲା। ମାତ୍ର ପରେ କେକେଆର ଦୃଢ ପ୍ରତ୍ୟାବତ୍ତନ କରି ୨୦୪/୭ ସ୍କୋର କରିବାରେ ସମର୍ଥ ହୋଇଥିଲା। ଫଳତଃ ଆରସିବିକୁ ୮୧ରନରେ ପରାସ୍ତ ହେବାକୁ ପଡ଼ିଥିଲା। ଏହାପୂର୍ବରୁ ମୁମ୍ବାଇ ବିପକ୍ଷ ମ୍ୟାଚକୁ ଦଳ ୮ଉଇକେଟରେ ଜିତିଥିଲା। ଏହି ମ୍ୟାଚରେ ଡେଥ୍ ଓଭର ସ୍ପେଶାଲିଷ୍ଟ ହର୍ଶଲ ପଟେଲ ଓ ମହମ୍ମଦ ସିରାଜ ନୂଆ ବଲ୍ରେ ଭଲ ବୋଲିଂ କରିଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ସେମାନେ ସଂଘର୍ଷ କରିଥିଲେ। ନ୍ୟାଶନାଲ ଡ୍ୟୁଟି ପାଇଁ ଓ୍ବାନିନ୍ଦୁ ହସରଙ୍ଗା ଅନୁପସ୍ଥିତ ଅଛନ୍ତି।
ଗୋଇଠିରେ ଆଘାତପ୍ରାପ୍ତ ଥିବା ଜୋସ୍ ହାଜେଲଉଡ୍ କ୍ରମେ ଫିଟ୍ ହେଉଛନ୍ତି। ଚଳିତ ସପ୍ତାହରେ ଉଭୟେ ଦଳର ଯୋଗଦେବା ପରେ ଆରସିବିର ଡେଥ୍ ଓଭର ବୋଲିଂ ସମସ୍ୟା ଦୂରୀଭୁତ ହୋଇପାରେ। କିନ୍ତୁ ସେମାନେ ଫେରିବା ପର୍ଯ୍ୟନ୍ତ ରିସି ଟପ୍ଲେଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ଦକ୍ଷିଣ ଆଫ୍ରିକୀୟ ମିଡିୟମ ପେସ୍ ବୋଲର ଓ୍ବେନ୍ ପାର୍ନେଲ ସହାୟକ ହୋଇପାରନ୍ତି।
ଆରସିବିର ବ୍ୟାଟିଂ ଲାଇନ୍ ଅପ୍ ଖୁବ୍ ଶକ୍ତିଶାଳୀ। ମୁମ୍ବାଇ ବିପକ୍ଷ ବିଜୟରେ ଓପନର ବିରାଟ କୋହଲି ଓ ଫାଫ୍ ଡୁପ୍ଲେସିଙ୍କର ବିଶେଷ ଭୂମିକା ରହିଥିଲା। ମାତ୍ର କେକେଆର ସ୍ପିନରଙ୍କ ଆଗରେ ଦଳର ବ୍ୟାଟିଂ ଲାଇନ୍ ଅପ୍ ଭୂଶୁଡ଼ି ପଡ଼ିଥିଲା। ସୋମବାର ଖେଳାଯିବାକୁଥିବା ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ସ୍ପିନର ମାନଙ୍କୁ ସାମ୍ନା କରିବା ଦଳ ପାଇଁ ଏକ ଚ୍ୟାଲେଞ୍ଜ ହେବ। ଲକ୍ଷ୍ନୌ ଇତିମଧ୍ୟେjର ଦୁଇଟି ମ୍ୟାଚ ଜିତିସାରିଥିବା ବେଳେ ଗୋଟିଏ ପରାଜୟ ବରଣ କରିଛି। ଦଳ ଯୁବ୍ ଲେଗ୍ ସ୍ପିନର ରବି ବିଷ୍ନୋଇ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ୬ ଉଇକେଟ ନେଇସାରିଲେଣି। ଭେଟେରାନ ଲେଗ୍ ସ୍ପିନର ଅମିତ ମିଶ୍ର ଓ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଉତ୍ତମ ପ୍ରଦର୍ଶନ କରୁଛନ୍ତି। ପେସ୍ ବିଭାଗରେ ଇଂଲଣ୍ଡ ଫାଷ୍ଟ ବୋଲର ମାର୍କ ଉଡ୍ ରହିଛନ୍ତି, ଯଏକି ବର୍ତ୍ତମାନ ଟୁର୍ନାମେଣ୍ଟର ମିଳିତ ଅଗ୍ରଣୀ ଉଇକେଟ ହାସଲକାରୀ ବୋଲର ଅଛନ୍ତି। ତାଙ୍କ ସହ ମିଡିୟମ ପେସ୍ର ଆଭେଷ ଖାନ୍ ରହିଛନ୍ତି। ବ୍ୟାଟିଂରେ ଦଳର କାଇଲ ମେୟର୍ସ ପ୍ରଭାବୀ ରହିଛନ୍ତି। ତେବେ ଅଧିନାୟକ କେ.ଏଲ୍ ରାହୁଲ ଓ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ଙ୍କ ଫର୍ମକୁ ଦଳ ଚିନ୍ତିତ।
