ଆଇପିଏଲ ୨୦୨୩ : ଜାଣନ୍ତୁ କେଉଁ ଦଳ କାହାକୁ ରଖିଲେ ଓ କାହାକୁ ଛାଡ଼ିଲେ
ନୂଆଦିଲ୍ଲୀ: ୨୦୨୩ ଆଇପିଏଲର ମିନି ଅକ୍ସନ ପୂର୍ବରୁ ଆଜି ସବୁ ଦଳ ସେମାନଙ୍କ ରିଲିଜ୍ ଓ ରିଟେନ ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି । ମିନି ଅକ୍ସନ ପୂର୍ବରୁ ଅନେକ ବଡ଼ବଡ଼ ଖେଳାଳିଙ୍କୁ ସେମାନଙ୍କ ପ୍ରାଂଚାଇଜ୍ ମାନେ ରିଲିଜ୍ କରି ଦେଇଛନ୍ତି । ସେହିପରି ଅନେକ ହେଭିୱେଟ ଏବେ ବି ଦଳଗୁଡ଼ିକ ସହ ରହିଛନ୍ତି । ଖେଳାଳି ରିଲିଜ୍ ଓ ରିଟେନ ପାଇଁ ମଙ୍ଗଳବାର ଶେଷ ତାରିଖ ରହିଥିଲା । ସନ୍ଧ୍ୟା ୫ଟା ସୁଦ୍ଧା ଆଇପିଏଲରେ ଭାଗ ନେଉଥିବା ସମସ୍ତ ୧୦ ଦଳ ଆଜି ନିଜ ନିଜର ତାଲିକା ସାର୍ବଜନୀନ କରିଛନ୍ତି । ଆସନ୍ତା ଡିସେମ୍ବର ୧୬ ତାରିଖରେ କୋଚିରେ ଆଇପିଏଲ ୨୦୨୩ ପାଇଁ ଅକ୍ସନ ହେବ । ଏହି ସମୟରେ ସବୁ ଦଳକୁ ଅତିରିକ୍ତ ୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସୁଯୋଗ ମିଳିବ । ସେହି ହିସାବରେ ଆଜି ଦଳଗୁଡ଼ିକ ଏକାଧିକ ଖେଳାଳିଙ୍କୁ ରିଲିଜ୍ କରି ନିଜ ପର୍ସକୁ ଆହୁରି ବୃଦ୍ଧି କରିଛନ୍ତି ।
ପଞ୍ଜାବ କିଙ୍ଗସ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ରିଲିଜ୍ କରିଥିବା ବେଳେ ଶିଖର ଧୱନ୍ତଙ୍କୁ କ୍ୟାପ୍େଟନ୍ସି ଦାୟିତ୍ୱ ଦେଇଛି । ସେହିପରି ଚେନ୍ନାଇ ସୁପର କିଙ୍ଗସ ଡ୍ୱେନ ବ୍ରାଭୋଙ୍କୁ ରିଲିଜ୍ କରିଛି । ସନ ରାଇଜର୍ସ ହାଇଦ୍ରାବାଦ ଦଳର ଅଧିନାୟକ କେନ ୱିଲିୟମସନଙ୍କୁ ମଧ୍ୟ ଅକ୍ସନକୁ ଛାଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓଡ଼ିଆ ତାରକା ଶୁଭ୍ରାଂଶୁ ସେନାପତିଙ୍କୁ ପୁଣିଥରେ ଚେନ୍ନାଇ ନିଜ ପାଖରେ ରଖିଛି । ଗତ ସଂସ୍କରଣରେ ସେ ଗୋଟିଏ ହେଲେ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇ ନଥିଲେ । ତଥାପି ଚେନ୍ନାଇ ମ୍ୟାନେଜମେଂଟ ତାଙ୍କ ଉପରେ ଭରସା ପୂର୍ବଭଳି ରଖି ରିଟେନ କରିଛି ।
୧- ଚେନ୍ନାଇ ସୁପର କିଙ୍ଗସ
ରିଲିଜ ଖେଳାଳି: ଡ୍ୱେନ ବ୍ରାଭୋ, ରବିନ ଉଥାପ୍ପା(ଅବସର), କ୍ରିସ ଜୋର୍ଡାନ, ଆଡାମ ମିଲନେ, ଏନ ଜଗଦୀଶସନ, ସି ହରି ନିଶାନ୍ତ, କେ ଭଗତ ବର୍ମା, କେଏମ ଆସିଫ ।
ରିଟେନ ଖେଳାଳି: ମହେନ୍ଦ୍ର ସିଂହ ଧୋନି(ଅଧିନାୟକ), ରବୀନ୍ଦ୍ର ଜାଡେଜା, ଡେଭନ କନୱେ, ମୋଇନ ଅଲୀ, ଋତୁରାଜ ଗାଏକ୍ୱାଡ, ଶିବମ ଦୁବେ, ଅମ୍ବାତି ରାୟୁଡୁ, ଡ୍ୱେନ ପ୍ରିଟୋରିୟସ, ମହୀଶ ତିକଶାନା, ପ୍ରଶାନ୍ତ ସୋଲାଙ୍କି, ଦୀପକ ଚହର, ମୁକେଶ ଚୌଧୁରୀ, ସିମରଜିତ ସିଂହ, ତୁଷାର ଦେଶପାଣ୍ଡେ, ରାଜବର୍ଦ୍ଧନ ହଙ୍ଗାରଗେକର, ମିଚେଲ ସାଂଟନର, ମଥିସା ପତିରାଣା ଓ ଶୁଭ୍ରାଂଶୁ ସେନାପତି ।
୨- ଲକ୍ଷ୍ନୌ ସୁପର ଜିଆଂଟସ
ରିଲିଜ ଖେଳାଳି: ଜାସନ ହୋଲ୍ଡର, ଇଭିନ ଲୁଇସ, ଶାହବାଜ ନଦୀମ, ମନୀଷ ପାଣ୍ଡେ, ଆଣ୍ଡ୍ର୍ୟୁ ଟାଏ, ଅଙ୍କିତ ରାଜପୁତ ଓ ଦୁଷ୍ମନ୍ତ ଚାମିରା ।
ରିଟେନ ଖେଳାଳି: କେଏଲ ରାହୁଲ(ଅଧିନାୟକ), କ୍ୱିଂଟନ ଡି’କକ, ମନନ ଭୋରା, ଆୟୁଷ ବଦୋନି, ଦୀପକ ହୁଡ୍ଡା, କୃନାଲ ପାଣ୍ଡ୍ୟା, ମାର୍କସ ଷ୍ଟୋଇନିସ, କାୟଲ ମେୟର୍ସ, କରନ ଶର୍ମା, କ୍ରିଷ୍ଣାପ୍ପା ଗୌତମ, ଆଭେଶ ଖାନ, ମୋହସିନ ଖାନ, ରବି ବିଷ୍ଣୋଇ, ମାର୍କ ଉଡ ଓ ମୟଙ୍କ ଯାଦବ ।
୩- ସନ ରାଇଜର୍ସ ହାଇଦ୍ରାବାଦ
ରିଲିଜ ଖେଳାଳି: କେନ ୱିଲିୟମସନ, ନିକୋଲସ ପୂରନ, ରୋମାରିଓ ଶେଫର୍ଡ, ଜେ ସୁଚିତ ଓ ଶ୍ରେୟସ ଗୋପାଲ ।
ରିଟେନ ଖେଳାଳି: ରାହୁଲ ତ୍ରିପାଠୀ, ଗ୍ଲେନ ଫିଲିପ୍ସ, ଅଭିଷେକ ଶର୍ମା, ଏଡେନ ମାର୍କମ, ଅବଦୁଲ ସାମଦ, ୱାଶିଂଟନ ସୁନ୍ଦର, ମାର୍କୋ ଜାନସେନ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ, ଟି ନଟରାଜନ, କାର୍ତିକ ତ୍ୟାଗୀ ଓ ଫଜଲ ଫାରୁକି ।
୪- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ରିଲିଜ ଖେଳାଳି- ଶେରଫନେ ରଥରଫୋର୍ଡ, ଜାସନ ବେହେରନଡ୍ରଫ, ଏ ଗୌତମ, ଚାମା ମିଲିନ୍ଦ ଓ ଲବନୀତ ସିସୋଦିଆ ।
ରିଟେନ ଖେଳାଳି- ଫାଫ ଡୁପ୍ଲେସିସ( ଅଧିନାୟକ), ବିରାଟ କୋହଲି, ଦୀନେଶ କାର୍ତିକ, ମହିପାଲ ଲୋମରୋର, ଫିନ ଆଲେନ, ରଜତ ପାଟିଦାର, ଅନୁଜ ରାୱତ, ଗ୍ଲେନ ମ୍ୟାକ୍ସୱେଲ, ଡାଭିଡ ୱିଲ୍ଲୀ, ୱାନିନ୍ଦୁ ହସରଙ୍ଗା, ଶାହବାଜ ଅହମଦ, ସୂୟାଶ ପ୍ରଭୁଦେଶାଈ, ହର୍ଷଲ ପଟେଲ, ସିଦ୍ଧାର୍ଥ କୌଲ, ମହମ୍ମଦ ସିରାଜ, ଜୋଶ ହେଜେଲଉଡ ଓ କର୍ଣ୍ଣ ଶର୍ମା ।
୫- ମୁମ୍ବାଇ ଇଣ୍ଡିଆନ୍ସ
ରିଲିଜ ଖେଳାଳି- କାଏରନ ପୋଲାର୍ଡ, ଅନମୋଲପ୍ରୀତ ସିଂହ, ଆରୟନ ଜୁଏଲ, ବାସିଲ ଥାମ୍ପି, ଡାନିଏଲ ସାମ୍ସ, ଫାବିୟାନ ଆଲେନ, ଜୟଦେବ ଉନାଦକତ, ମୟଙ୍କ ମାର୍କଣ୍ଡେ, ମୁର୍ଗାନ ଅଶ୍ୱିନ, ରାହୁଲ ବୁଦ୍ଧି, ରିଲେ ମେରେଡିଥ, ସଞ୍ଜୟ ଯାଦବ ଓ ଟାୟମଲ ମିଲ୍ସ ।
ରିଟେନ ଖେଳାଳି- ରୋହିତ ଶର୍ମା(ଅଧିନାୟକ), ସୂର୍ଯ୍ୟ କୁମାର ଯାଦବ, ଈଶାନ କିଶନ, ଡେୱାଲ୍ଡ ବ୍ରେଭିସ, ତିଲକ ବର୍ମା, ତ୍ରିସ୍ତାନ ଷ୍ଟବ୍ସ, ରମନଦୀପ ସିଂହ, ଟିମ ଡାଭିଡ, ଯଶପ୍ରୀତ ବୁମ୍ରା, ଜୋଫ୍ରା ଆର୍ଚର, ହ୍ରିତିକ ଶୋକୀନ, କୁମାର କାର୍ତିକେୟ, ଜାସନ ବେହେରନଡ୍ରଫ(ଟ୍ରେଡିଂ), ଅର୍ଜୁନ ତେନ୍ଦୁଲକର, ଅର୍ଶଦ ଖାନ ଓ ଆକାଶ ମଧୱାଲ ।
୬- ପଞ୍ଜାବ କିଙ୍ଗସ
ରିଲିଜ ଖେଳାଳି: ମୟଙ୍କ ଅଗ୍ରୱାଲ, ବୈଭବ ଅରୋରା, ବେନୀ ହୋୱେଲ, ଈଶାନ ପୋରେଲ, ଅଂଶ ପଟେଲ, ପ୍ରେରକ ମଙ୍କଡ, ସନ୍ଦୀପ ଶର୍ମା ଓ ୱିଟିକ ଚାଟାର୍ଜୀ ।
ରିଟେନ ଖେଳାଳି: ଶିଖର ଧୱନ(ଅଧିନାୟକ), ଜନ୍ନି ବେୟାରଷ୍ଟୋ, ଭାନୁକା ରାଜପକ୍ଷ, ପି ସିଂହ, ଜିତେଶ ଶର୍ମା, ଶାହରୁଖ ଖାନ, ଲିଆମ ଲିଭଙ୍ଗଷ୍ଟୋନ, ହରପ୍ରୀତ ବ୍ରାର, ରାଜ ବାୱା, ଋଷି ଧୱନ, ଅର୍ଥବ ତାଜଡେ, କାଗିସୋ ରବାଡା, ଅର୍ଶଦୀପ ସିଂହ, ରାହୁଲ ଚହର, ନାଥନ ଇଲ୍ଲିସ ଓ ବଲତେଜ ସିଂହ ।
୭- ରାଜସ୍ଥାନ ରୟାଲ୍ସ
ରିଲିଜ ଖେଳାଳି: ଡାରେଲ ମିଚେଲ, ଜିମ୍ମି ନୀଶମ, ରସି ଭାନ ଡେର ଡୁସେନ, ଅନୂନ୍ୟ ସିଂହ, କୋରବିନ ବୋସଚ, କରୁଣ ନାଏର, ନାଥନ କୁଲ୍ଟର ନାଇଲ, ଶୁଭମ ଗରୱାଲ ଓ ତେଜସ ବାରୋକା ।
ରିଟେନ ଖେଳାଳି: ସଞ୍ଜୁ ସାମସନ(ଅଧିନାୟକ), ଜୋଶ ବଟଲର, ଦେବଦତ ପାଡିକ୍କଲ, ଯଶ୍ୱସୀ ଜୈସୱାଲ, ଶିମରନ ହେଟମେୟର, ଧ୍ରୁବ ଜୁରେଲ, ରିୟାନ ପରାଗ, ରବି ଅଶ୍ୱିନ, ଟ୍ରେଂଟ ବୋଲ୍ଟ, ୟୁଜି ଚହଲ, ପ୍ରସିଦ୍ଧ କ୍ରିଷ୍ଣ, ଓବେଡ ମ୍ୟାକୟ, କୁଲଦୀପ ସେନ, କୁଲଦିପ ଯାଦବ, ନବଦୀପ ସୈନି ଓ କେସି କାରିପ୍ପା ।
୮- ଗୁଜରାଟ ଟାଇଟନ୍ସ
ରିଲିଜ୍ ଖେଳାଳି: ରହମନୁଲ୍ଲା ଗୁରବାଜ, ଲକି ଫର୍ଗୁସନ, ଡୋମିନିକ ଡାରକେସ, ଗୁରକିରତ ସିଂହ, ଜେସନ ରୟ ଓ ବରୁଣ ଅରୁଣ ।
ରିଟେନ ଖେଳାଳି: ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଶୁବମନ ଗିଲ, ଡାଭିଡ ମିଲର, ଅଭିନବ ମନୋହର, ସାଈ ସୁଦର୍ଶନ, ରିଦ୍ଧିମାନ ସାହା, ମାଥ୍ୟୁ ୱେଡ, ରଶିଦ ଖାନ, ରାହୁଲ ତେୱାତିଆ, ବିଜୟ ଶଙ୍କର, ମହମ୍ମଦ ଶାମି, ଅଲଜାରି ଯୋଶେଫ, ୟାଶ ଦୟାଲ, ପ୍ରଦୀପ ସାଙ୍ଗୱାନ, ଦର୍ଶନ ନଲକାଣ୍ଡେ, ଜୟନ୍ତ ଯାଦବ, ସାଈ କିଶୋର ଓ ନୁର ଅହମଦ ।
୯- ଦିଲ୍ଲୀ କ୍ୟାପିଟାଲ୍ସ
ରିଲିଜ ଖେଳାଳି: ଶାର୍ଦ୍ଦୁଲ ଠାକୁର, ଟିମ ସେଇଫର୍ଟ, ଅଶ୍ୱିନ ହେବ୍ୱାର, କେଏସ ଭରତ ଓ ମନଦୀପ ସିଂହ ।
ରିଟେନ ଖେଳାଳି: ଋଷଭ ପନ୍ତ(ଅଧିନାୟକ), ଡାଭିଡ ୱାର୍ଣ୍ଣର, ପୃଥ୍ୱୀ ଶ’, ୟାଶ ଧୁଲ, ରିପାଲ ପଟେଲ, ରୋଭମାନ ପାୱେଲ, ଶର୍ଫରାଜ ଖାନ, ମିଚେଲ ମାର୍ଶ, ଅକ୍ଷର ପଟେଲ, ଲଳିତ ଯାଦବ, ଅନରିଚ ନୋର୍ôଖୟା, ମୁସ୍ତାଫିଜୁର ରହମାନ, କୁଲଦୀପ ଯାଦବ, ଲୁଙ୍ଗି ଏନଗିଡି, ଚେତନ ସକାରିୟା, ଖଲୀଲ ଅହମଦ, ପ୍ରବୀଣ ଦୁବେ, କମଲେଶ ନାଗରକୋଟି, ଭିକି ଓଷ୍ଟୱାଲ ଓ ଅମନ ଖାନ ।
୧୦- କୋଲକାତା ନାଇଟ ରାଇର୍ଡସ
ରିଲିଜ ଖେଳାଳି: ପାଟ କମିନ୍ସ, ସାମ ବିଲିଙ୍ଗ୍ସ, ଅମନ ଖାନ, ଶିବମ ମାଭି, ମହମ୍ମଦ ନବି, ଚାମିକା କରୁଣରତ୍ନେ, ଆରୋନ ଫିଂଚ, ଆଲେକ୍ସ ହେଲ୍ସ, ଅଭିଜିତ ତୋମାର, ଅଜିଙ୍କ୍ୟ ରାହାଣେ, ଅଶୋକ ଶର୍ମା, ବାବା ଇନ୍ଦ୍ରଜିତ, ପ୍ରଥମ ସିଂହ, ରମେଶ କୁମାର, ରଶିକ ସଲାମ ଓ ଶେଲଡନ ଜାକସନ ।
ରିଟେନ ଖେଳାଳି: ଶ୍ରେୟସ ଆୟର(ଅଧିନାୟକ), ନୀତୀଶ ରାଣା, ରହମନୁଲ୍ଲା ଗୁରବାଜ(ଟ୍ରେଡିଂ), ଭେଙ୍କଟେଶ ଆୟର, ଆନ୍ଦ୍ର ରସେଲ, ସୁନୀଲ ନାରିନ, ଶାର୍ଦ୍ଦୁଲ ଠାକୁର(ଟ୍ରେଡିଂ), ଲକି ଫର୍ଗୁସନ(ଟ୍ରେଡିଂ), ଉମେଶ ଯାଦବ, ଟିମ ସାଉଦି, ହର୍ଷିତ ରାଣା, ବରୁଣ ଚକ୍ରବର୍ତୀ, ଅଙ୍କୁଲ ରୟ ଓ ରିଙ୍କୁ ସିଂହ ।
