ଆନ୍ତର୍ଜାତିକ ଶ୍ରବଣବାଧିତ ଦିବସ ପାଳିତ
ବାରିପଦା : ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷରେ ସମଗ୍ରଶିକ୍ଷା ମୟୂରଭଂଜ ଓ ସାଧନା ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ଶ୍ରବଣ ବାଧିତ ଦିବସ ଅନୁଷ୍ଠିତ ହୋଇଯାଇଅଛି । ସାଧନାର ନିର୍ଦେଶକ ରଂଜିତ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ନାୟକ, ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପରିଚାଳକ ଶୁଭେନ୍ଦୁ ବରାଳ ଏବଂ ସମଗ୍ର ଶିକ୍ଷା କାର୍ଯ୍ୟଳୟର ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ନିରଂଜନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସାଧନା କର୍ମୀ ମାନେ ଲଣ୍ଡନର ଡେଫ ଚାଇଲ୍ଡ ୱାର୍ଲ୍ଡ ୱାଇଡର ସହାୟତା ଅନୁଯାଇ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ବିଭନ୍ନ ଅନୁଷ୍ଠାନର ୧୭୮ ଜଣ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦାନ କରିଥିଲେ । ଜିଲ୍ଲାରେ ବର୍ତମାନ ୧୨୪୫ ଜଣ ଶ୍ରବଣବାଧିତ ଓ ବାକଶକ୍ତି ରହିତ ଛାତ୍ରଛାତ୍ରୀ ବିଭିନ୍ନ ସାଧାରଣ ବିଦ୍ୟାଳୟରେ ଅଧୟନ କରୁଥିବାର ଜଣାଯାଇଛି । ମନୋବିକାଶ, ପୂର୍ଣଚନ୍ଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆରତି ବିଦ୍ୟାମନ୍ଦିରର ଆଦି ବହୁ ବିଦ୍ୟାଲୟ ରୁ ଏବଂ ମୟୂରଭଂଜ କରାଟେ ସଂଘ, ବାରିପଦା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଭଳି ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ମାନେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ସୌଜନ୍ୟ ମୂଳକ ଉପହାର ପ୍ରଦାନ କରାଯାଇଥିଲା । ଶିକ୍ଷକ ହରେନ୍ଦ୍ର ମହାନ୍ତ ମଂଚ ପରିଚାଳନା କରିଥିବା ବେଳେ, ସାଧନା କର୍ମୀ ଅନିମେଷ ଜାନା ଧନ୍ୟବାଦ ଅର୍ପଣ କରିଥିଲେ । ଲାଲୁ ପ୍ରସାଦ ଖଣ୍ଡୁଆଳ, ଶୃତି ଅଭିଶିକ୍ତା ସାମଲ, ରାଜଶ୍ରୀ ପାଲ, ସସ୍ମିତା ସ୍ୱାଇଁ, ସଂଜୟ ସି ,ଶିକ୍ଷକ ସୋମନାଥ ସିଂ, ସତ୍ୟ ନାୟକ ,ରେଖାରଣୀ ଦାସ ଓ ଦିଲୀପ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ, କାର୍ଯ୍ୟକ୍ରମକୁ ସାଙ୍କେତିକ ଭାଷାରେ ମୋନାଲିସା ପାଣିଗ୍ରାହୀ ଅନୁବାଦ ପୂର୍ବକ ଉପସ୍ଥାପନା କରିଥିଲେ ।
