ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ
ମୟୁରଭଞ୍ଜ : ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭଞ୍ଜପୁରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୨୬ଟି ଦଳ ଅଂଶଗ୍ରହଣ କରିଥିଲେ । ଜିଲ୍ଲାବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟଙ୍କ ସଂଯୋଜନାରେ କାର୍ଯର୍୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଯୋଗଦେଇ ଶ୍ରେଷ୍ଠ ବିବେଚିତ ସରକାରୀ ଉଚ୍ଚ ବିଦ୍ୟାଳୟ, ହାଟବାଦରା ଦଳକୁ ପୁରସ୍କୃତ କରିଥିଲେ । ଶ୍ରେଷ୍ଠ ବିବେଚିତ ଦଳ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ । ଏହି ଅବସରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଉପେନ୍ଦ୍ରନାଥ ଉଚ୍ଚ ବିଦ୍ୟାଳୟ, ପଦ୍ମପୋଖରୀ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ଦଳକୁ ପୁରସ୍କୃତ କରାଯାଇଥିଲା । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥୀ ମଲ୍ଲିକ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶକୁନ୍ତଳା ବେହେରା, ପୂର୍ବତନ ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ସାହୁ, ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର ଓ ଭାରତୀ ବେହେରା ପ୍ରମୁଖ ଯୋଗଦେଇଥିଲେ, ବିଚାରକ ଭାବେ ଅନୁବାଳା ମହାନ୍ତି, ତପନ କୁମାର ବେହେରା, ସଞ୍ଜୀବ କୁମାର ଦଳେଇ ଯୋଗ ଦେଇଥିଲେ । ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ଶିକ୍ଷକ ବସନ୍ତ କୁମାର ଦତ୍ତ, ନୟନଗିରି, ରଞ୍ଜନ ନନ୍ଦ, ତପନ କୁମାର ବାରିକ, ବିଷ୍ଣୁପଦ ଆଚାର୍ଯ୍ୟ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
