ବାଇକ୍ରେ ବିକଟ ଶବ୍ଦକାରୀ ସାଇଲେନ୍ସର ଲଗାଇବା ମହଙ୍ଗା ପଡିଲା, ୨୫ ଶହ ଟଙ୍କା ଜରିମାନା ଗଣିଲେ ଯୁବକ
ଭଦ୍ରକ : ଆଜି ଭଦ୍ରକ ପୁରୁଣାବଜାର ଥାନା ପୁଲିସ୍ ସହରରେ ବିଭିନ୍ନ ବାଇକ୍ରେ କର୍କଶ ଶବ୍ଦ ସୃଷ୍ଟି ପୂର୍ବକ ସାଇଲେନ୍ସର ଲଗାଇ ଶାନ୍ତିଭଂଗ କରୁଥିବା ଅସାମାଜିକ ତ ୍ୱମାନଙ୍କ ଉପରେ ଚଢାଉ କରିଥିଲା । ଏହି ଅବସରରେ ପୁଲିସ୍ ପକ୍ଷରୁ ଜଣେ ଯୁବକର ଓଡ଼ି-୨୨ସି-୮୮୪୨ ନମ୍ବରର ପଲସରକୁ ଜବତ କରି ତାହା ନିକଟରୁ ୨୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏଠାରେ ସୂଚନାଯୋଗ୍ୟ କେବଳ ପୁରୁଣାବଜାର ଅଂଚଳ ନୁହେଁ ସମଗ୍ର ଜିଲାରେ ବହୁ ଅସାମାଜିକ ତ ୍ୱ କେବଳ ପଲସର ନୁହେଁ ବିଶେଷ ଭାବେ ବୁଲେଟ୍ରେ ଏହିଭଳି ବିକଟ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର ଲଗାଇ ଲୋକଙ୍କ ଶାନ୍ତିଭଂଗ କରିଆସୁଛନ୍ତି । ଅନେକ ସମୟରେ ଏହି ଶବ୍ଦ ଦ୍ୱାରା ବହୁ ବୟସ୍କ ହୃଦରୋଗୀ ହସ୍ପିଟାଲରେ ଚିକିତ୍ସିତ ଦୁର୍ବଳ ହୃଦୟ ଯୁକ୍ତ ରୋଗୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ବିଘ୍ନ ଘଟୁଅଛି । ଏଣୁ ଏ ଦିଗରେ ସମସ୍ତ ଥାନା ପୁଲିସ୍ ତୁରନ୍ତ ବାଲେଶ୍ୱର ପୁଲିସ୍ ଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।
