ରାଜ୍ୟରେ ଖସୁଛି ସଂକ୍ରମଣ, ଆଉ ୩୨ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଶେଷ ପର୍ୟ୍ୟାୟରେ କରୋନା ସଂକ୍ରମଣ । ଫଳରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହିକ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୬୪୦ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୦ ଜଣ ରହିଛନ୍ତି ।
Covid-19 Report For 30th March
— I & PR Department, Odisha (@IPR_Odisha) March 31, 2022
New Positive Cases: 32
Of which 0-18 years: 10
In quarantine: 20
Local contacts: 12
(Details of local contacts will be shared by concerned District)
1. Balasore: 2
2. Bargarh: 1
3. Balangir: 3
4. Cuttack: 2
5. Gajapati: 5
6. Jajpur: 1
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱର ଜିଲାରୁ ୨ଜଣ ଥିବାବେଳେ ବରଗଡ଼ରୁ ଜଣେ, ବଲାଙ୍ଗୀରରୁ ୩ଜଣ, କଟକରୁ ୨ଜଣ, ଗଜପତିରୁ ୫ଜଣ, ଯାଜପୁରରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କେନ୍ଦ୍ରାପଡ଼ାରୁ ୩ଜଣ, ଖୋର୍ଦ୍ଧାରୁ ୫ଜଣ, ମୟୁରଭଞ୍ଜରୁ ଜଣେ, ସମ୍ବଲପୁରରୁ ୩ଜଣ, ସୁନ୍ଦରଗଡ଼ରୁ ୪ଜଣ ଓ ରାଜ୍ୟ ପୁଲ୍ରୁ ଜଣେ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୬୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୮୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୦୮୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୦୬୬୪୭୧୩ସାମ୍ପୁଲ ଟେଷ୍ଟ୍ ହୋଇଛି ।
