ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ, ୧୦ ମିଟର ଏୟାର ରାଇଫଲ୍ସରେ ୩ ଜଣ ମିଳିତ ଜିତିଲେ
ନୂଆଦିଲ୍ଲୀ : ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ । ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ। ରୁଦ୍ରାକ୍ଷ, ଐଶର୍ଯ୍ୟ ଓ ଦିବ୍ୟାଂଶ ମିଳିତ ଭାବେ ଏହି ପଦକ ହାସଲ କରିଛନ୍ତି। ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛି ଭାରତ। ରୋଇଂରେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ। ଏସିଆନ ଗେମ୍ସରେ ବର୍ତ୍ତମାନ ସୁଦ୍ଧା ଭାରତକୁ ମିଳିଛି ୭ଟି ପଦକ ।
ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ । ୧୦ ମିଟର ରାଇଫଲ୍ସ ସୁଟିଂରେ ଗୋଲ୍ଡ ମେଡାଲ ମିଳିଛି । ପୁରୁଷ ଟିମ୍ ଇଭେଣ୍ଟରେ ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର, ଋଦ୍ରାକ୍ଷ ପାଟିଲ୍ ଓ ଦିବ୍ୟାଂଶ ପୱାରଙ୍କୁ ସ୍ୱର୍ଣ୍ଣ ଜିତିଛନ୍ତି । ବ୍ୟକ୍ତିଗତ କ୍ୱାଲିଫିକେସନ୍ ରାଉଣ୍ଡରେ ୩ ଖେଳାଳି ମୋଟ୍ ୧୮୯୩.୭ ପଏଣ୍ଟ ହାସଲ କରିଛନ୍ତି । ଭାରତକୁ ଏପର୍ଯ୍ୟନ୍ତ ଗୋଟିଏ ସ୍ବର୍ଣ୍ଣ ପଦକ ସହିତ ମୋଟ୍ ୭ଟି ମେଡାଲ ମିଳିଛି । ସେହିଭଳି ରୋଇଂରେ ଭାରତକୁ କାଂସ୍ୟ ପଦକ ମିଳିଛି । ରୋଇଂ କକ୍ସଲେସ ଫୋରରେ ବ୍ରୋଞ୍ଜ୍ ପାଇଛନ୍ତି ଯଶବିନ୍ଦର ସିଂ, ଭୀମ୍ ସିଂ, ପୁନୀତ୍ କୁମାର, ଆଶିଷ୍ । ଫାଇନାଲରେ ୦୬:୧୦:୮୧ ସମୟରେ ଖେଳ ଶେଷ କରି ଭାରତ ଏହି ମେଡାଲ୍ ପାଇଛି । ଭାରତ ରୋଇଂରେ ଚତୁର୍ଥ ମେଡାଲ୍ ପାଇଛି । ଏସିଆନ୍ ଗେମ୍ସରେ ଭାରତର ମୋଟ୍ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏଥିସହ ପଦକ ରାଙ୍କିଂ ଟେବୁଲରେ ଭାରତ ଷଷ୍ଠ ସ୍ଥାନରେ ରହିଛି । ଏବେ ସୁଦ୍ଧା ଭାରତକୁ ଗୋଟିଏ ସ୍ୱର୍ଣ୍ଣ ସହ ୩ଟି ରୌପ୍ୟ ଓ ୩ଟି କାଂସ୍ୟ ମିଳିଛି । ସର୍ବାଧିକ ୩୮ଟି ପଦକ ପାଇ ଶୀର୍ଷରେ ରହିଛି ଆୟୋଜକ ଚୀନ୍ । ଚୀନକୁ ୨୩ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ ଓ ୫ଟି କାଂସ୍ୟ ପଦକ ମିଳିଛି ।
