ପ୍ରଥମ ଦିନିକିଆ ମ୍ୟାଚରେ ମନ୍ଥର ଓଭର ପାଇଁ ଭାରତୀୟ ଦଳକୁ ମ୍ୟାଚ୍ ଫି’ର ୬୦% ଜରିମାନା
India's Mohammed Siraj (C) celebrates with teammates after taking the wicket of Sri Lanka's Kusal Mendis (not pictured) during the third and final one-day international (ODI) cricket match between India and Sri Lanka at the Greenfield International Stadium in Thiruvananthapuram on January 15, 2023. (Photo by Arun SANKAR / AFP) / ----IMAGE RESTRICTED TO EDITORIAL USE - STRICTLY NO COMMERCIAL USE-----
ରାୟପୁର : ହାଇଦ୍ରାବାଦରେ ଖେଳାଯାଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ମନ୍ଥର ଓଭର ରେଟ୍ ପାଇଁ ଭାରତୀୟ ଦଳକୁ ମ୍ୟାଚ୍ ଫି’ର ୬୦ ପ୍ରତିଶତ ଜରିମାନା କରାଯାଇଛି। ବୁଧବାର ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ନିର୍ଦ୍ଧାରିତ ସମୟରେ ତିନି ଓଭର କମ୍ ବୋଲିଂ କରିଥିବା ଜଣାପଡ଼ିଥିଲା । ଏନେଇ ଆଇସିସିର ଏଲିଟ୍ ପ୍ୟାନେଲ୍ ମ୍ୟାଚ୍ ରେଫରି ଜଭଗଲ ଶ୍ରୀନାଥ ଭାରତୀୟ ଦଳ ଉପରେ ଏହି ଜରିମାନା ଲଗାଇଛନ୍ତି ।
ଆଇସିସି ଏକ ବିବୃତ୍ତିରେ କହିଛି ଯେ ସର୍ବନିମ୍ନ ଓଭର ହାର ଉଲ୍ଲଂଘନ ସହ ଜଡିତ ଖେଳାଳି ଏବଂ ସହଯୋଗୀ ଷ୍ଟାଫ୍ ପାଇଁ ଆଇସିସି ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ, ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତି ଓଭର ବିଳମ୍ବ ପାଇଁ ଖେଳାଳିଙ୍କୁ ମ୍ୟାଚ୍ ଫି’ର ୨୦ ପ୍ରତିଶତ (ତିନି ଓଭର ପାଇଁ ୬୦ ପ୍ରତିଶତ) ଜରିମାନା କରାଯାଇଛି।
ଏହି ଉଲ୍ଲଂଘନ ପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଜରିମାନା ଗ୍ରହଣ କରିଛନ୍ତି ତେଣୁ ଆନୁଷ୍ଠାନିକ ଶୁଣାଣି ଆବଶ୍ୟକ ନାହିଁ ବୋଲି ଆଇସିସି କହିଛି । ଅନ୍ ଫିଲ୍ଡ ଅମ୍ପାୟର ଅନିଲ ଚୌଧୁରୀ ଏବଂ ନିତିନ ମେନନ୍, ତୃତୀୟ ଅମ୍ପାୟାର କେ.ଏନ୍ ଅନନ୍ତପଦ୍ମନାଭନ୍ ଏବଂ ଚତୁର୍ଥ ଅମ୍ପାୟର ଜୟରାମନ୍ ମାଡଙ୍ଗୋପାଲ ଏହି ଅଭିଯୋଗ ଆଣିଥିଲେ । ଶୁଭମାନ ଗିଲଙ୍କ ଚମତ୍କାର ଦ୍ୱିଶତକ ଶତକ ବଳରେ ଭାରତ ପ୍ରଥମ ଦିନିକିଆରେ ୧୨ ରନର ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି ।
