ଭାରତୀୟ ରେଳ ଦ୍ୱାରା ସିମେନ୍ସ, ଇଣ୍ଡିଆକୁ ୯୦୦୦ ଏଚପି ଇଲେକ୍ଟ୍ରିକ୍ ଫ୍ରେଟ୍ ଲୋକୋମୋଟିଭ୍ ଉତ୍ପାଦନ ଏବଂ ରକ୍ଷଣାବେକ୍ଷଣ ପାଇଁ କାର୍ଯ୍ୟ ଆଦେଶ ପ୍ରଦାନ
ନୂଆଦିଲ୍ଲୀ : ଭାରତୀୟ ରେଳ ସିମେନ୍ସ, ଇଣ୍ଡିଆକୁ ୯୦୦୦ ଏଚପି ଇଲେକ୍ଟ୍ରିକ୍ ମାଲ ପରିବହନ ଲୋକୋମୋଟିଭ୍ ଉତ୍ପାଦନ ଏବଂ ରକ୍ଷଣାବେକ୍ଷଣ ପାଇଁ ଲେଟର ଅଫ୍ ଆୱାର୍ଡ (ଏଲଓଏ) ପ୍ରଦାନ କରିଛି । ଦାହୋଦ ରେଳ କାରଖାନା ୧୧ ବର୍ଷ ମଧ୍ୟରେ ୧୨୦୦ ଉଚ୍ଚ ହର୍ଷ ପାୱାର (୯୦୦୦ ଏଚପି) ବୈଦ୍ୟୁତିକ ଲୋକୋମୋଟିଭ୍ ଉତ୍ପାଦନ କରିବ । ଏହା ୧୨୦୦ ଲୋକୋମୋଟିଭ୍ ଉତ୍ପାଦନ କରିବା ସହିତ ୩୫ ବର୍ଷ ପାଇଁ ଏହି ଲୋକୋମୋଟିଭ୍ ର ରକ୍ଷଣାବେକ୍ଷଣ କାର୍ଯ୍ୟ କରିବ । ଟିକସ ଏବଂ ମୂଲ୍ୟ ପରିବର୍ତନକୁ ବାଦ ଦେଇ କଂଟ୍ରାକ୍ଟ ଏବଂ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଆଇଏନଆର ୨୬୦୦୦ କୋଟି (ପ୍ରାୟ ୩.୨ ବିଲିୟନ ୟୁଏସ ଡ଼ଲାର) ଅଟେ । ଏଲଓଏ ସ୍ୱାକ୍ଷରିତ ହେବାର ୩୦ ଦିନ ମଧ୍ୟରେ ସିମେନ୍ସ ଇଣ୍ଡିଆ ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହେବ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ପ୍ରୋଟୋଟାଇପ୍ ଲୋକୋମୋଟିଭ୍ ବିତରଣ କରାଯିବ । ଦୁଇ ବର୍ଷ ମଧ୍ୟରେ ଏହି ଲୋକୋମୋଟିଭ୍ ଉତ୍ପାଦନ ପାଇଁ ଦାହୋଦ୍ ୟୁନିଟ୍ ସମ୍ପୂର୍ଣ୍ଣ ରୂପେ ନିର୍ମାଣ ହେବ । ଟେକ୍ନୋଲୋଜି ସହଭାଗୀ ଭାବରେ ମନୋନୀତ ହୋଇଥିବା ସାଇମେନ୍ସ, ଏହି ଲୋକୋମୋଟିଭଗୁଡ଼ିକୁ ଦାହୋଦରେ ଉତ୍ପାଦନ କରିବେ ଏବଂ ଚାରିଟି ରକ୍ଷଣାବେକ୍ଷଣ ଡିପୋ ଯଥା ବିଶାଖାପାଟନମ୍, ରାୟପୁର, ଖଡ଼ଗପୁର, ପୁନେ ଠାରେ ରେଳ ବିଭାଗର ମାନବ ସମ୍ବଳ ବ୍ୟବହାର କରି ଏହି ଲୋକୋମୋଟିଭ୍ ରକ୍ଷଣାବେକ୍ଷଣ କରିବେ । ଉପଯୁକ୍ତ ଅର୍ଥନୈତିକ ଡ୍ରାଇଭରଗୁଡ଼ିକ ଉତ୍ପାଦନର ସମ୍ପୂର୍ଣ୍ଣ ସ୍ୱଦେଶୀକରଣ ନିଶ୍ଚିତ କରିବେ ଯାହା ପରବର୍ତୀ ସମୟରେ ଆନୁଷଙ୍ଗିକ ଉତ୍ପାଦନ ୟୁନିଟର ବିକାଶ ସହିତ ଏକ ପ୍ରକୃତ ‘ମେକ୍ ଇନ୍ ଇଣ୍ଡିଆ’ପଦକ୍ଷେପରେ ପରିଣତ କରିବ । ଏହି ପ୍ରକଳ୍ପ ଦ୍ୱାରା ଦହୋଦ ଅଞ୍ଚଳର ବିକାଶ ହେବା ସହିତ ରୋଜଗାର ସୃଷ୍ଟି ହେବ । ଏହି ଉଚ୍ଚ ହର୍ଷ ପାୱାର (୯୦୦୦ ଏଚପି) ଲୋକୋମୋଟିଭ୍ ଭାରତୀୟ ରେଳବାଇରେ ମାଲ ପରିବହନ ପାଇଁ ଭବିଷ୍ୟତର କାର୍ଯ୍ୟକ୍ଷେତ୍ର ହେବ । ଏହି ଲୋକୋମୋଟିଭଗୁଡିକ ମୁଖ୍ୟତ ପାଶ୍ଚାତ୍ୟ ଡିଏଫସି ଏବଂ ରେଳବାଇର ଗ୍ରେଡ୍ ବିଭାଗରେ ୪୫୦୦ ଟନ୍ ର ୭୫ କିଲୋମିଟର ପ୍ରତି ଘଣ୍ଟାରେ ଡବଲ୍ ଷ୍ଟାକ ଗଠନରେ ହଲିଂ କଣ୍ଟେନର ମାଲବାହୀ ଟ୍ରେନ୍ ଗୁଡ଼ିକୁ ୨୦୦ ଗ୍ରେଡିଏଣ୍ଟରେ ୧ ରେ ବ୍ୟବହାର କରିବା ପାଇଁ ଯୋଜନା କରାଯାଇଛି ଏବଂ ଏହିପରି ଟ୍ରେନର ହାରାହାରି ବେଗକୁ ପ୍ରାୟ ୫୦-୬୦ କିଲୋମିଟର ପର୍ଯ୍ୟନ୍ତ ବଢ଼ାଇବାକୁ ଯୋଜନା କରାଯାଇଛି ଯାହାକି ବର୍ତ୍ତମାନ ବିଦ୍ୟମାନ ଘଣ୍ଟାପ୍ରତି ୨୦-୨୫ କିଲୋମିଟର ରହିଛି । ଅପରେଟିଂ ପାରାମିଟରଗୁଡିକରେ କ୍ୱାଣ୍ଟମ୍ ଜମ୍ପ୍ ଥ୍ରୁପୁଟରେ ବୃଦ୍ଧି ଘଟାଇବ ଏବଂ ଲାଇନ୍ କ୍ଷମତା ମଧ୍ୟ ବୃଦ୍ଧି କରିବ । ଏହି ଲୋକୋମୋଟିଭ୍ ରେ ଆଧୁନିକ ଆଇଜିବିଟି ଆଧାରିତ ପ୍ରପୁଲସନ୍ ଟେକ୍ନୋଲୋଜି ରହିଛି ଯାହାକି ରିଜେନେରେଟିଭ୍ ବ୍ରେକିଂ ଟେକ୍ନୋଲୋଜି ସହାୟତାରେ ଶକ୍ତି ସଞ୍ଚୟ କରିବ । ରପ୍ତାନି ବଜାର ପାଇଁ ଷ୍ଟାଣ୍ଡାର୍ଡ ଗେଜ୍ ଲୋକୋମୋଟିଭ୍ ଉତ୍ପାଦନ ଏବଂ ଯୋଗାଣ ପାଇଁ ଏକ ବ୍ୟବସ୍ଥା ରହିଛି । ଭାରତୀୟ ରେଳ ସିମେନ୍ସ ଇଣ୍ଡିଆକୁ ଟେକ୍ନୋଲୋଜି ପାର୍ଟନର ଭାବରେ ଚୟନ କରିଛି । ଏହି ପ୍ରକ୍ରିୟାକୁ ଏକ ନିରପେକ୍ଷ, ସ୍ୱଚ୍ଛ ଏବଂ ପ୍ରତିଯୋଗିତାମୂଳକ ବିଡିଂ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଛି । ଏହା ସହିତ ଟେକ୍ନୋଲୋଜି ପାର୍ଟନରଙ୍କ ତତ୍ତ୍ୱାବଧାନରେ ରେଳ କର୍ମଚାରୀଙ୍କୁ ବ୍ୟବହାର କରି ଏହି ଲୋକୋମୋଟିଭ୍ ଉତ୍ପାଦନ ତଥା ପରିଚାଳନା କରାଯିବ ।
