Indian Navy Recruitment 2022: ଅଫିସର ପାଇଁ ପଦବୀ ଖାଲି, ଏମିତି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଭାରତୀୟ ନୌସେନା ଏସଏସସି ଅଫିସର ପଦ ପାଇଁ ରେଜିଷ୍ଟ୍ରସେନ ଲିଙ୍କ ଆକ୍ଟିଭ୍ କରିଦେଇଛି। ଅଫିସିଆଲ ନୋଟିଫିକେସନ ଅନୁସାରେ, ଖାଲିଥିବା ପଦବୀ ସଂଖ୍ୟା ପାଖାପାଖି ୧୫୫ ରଖାଯାଇଛି। ଯୋଗ୍ୟ ଓ ଆଶାୟୀ Indian Navy Recruitment 2022 ପାଇଁ ୧୨ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଅଫିସିଆଲ ୱେବସାଇଟ୍ joinindiannavy.gov.in ମାଧ୍ୟମରେ ଆବେଦନ କରିପାରିବେ।
ଜେନେରାଲ ସର୍ଭିସ( ଜିଏସ (ଏକ୍ସ) ) ହାଇଡ୍ରୋ କ୍ୟାଡର——-୪୦ ପଦ
Naval Armament Inspection—————-୬ ପଦ
ଏୟାର ଟ୍ରାଫିକ୍ କଣ୍ଟ୍ରୋଲର—————-୬ପଦ
ଅବଜରଭର୍———–୮ ପଦ
ପାଇଲଟ————୧୫ ପଦ
ଲଜିଷ୍ଟିକ୍ସ——–୧୮ ପଦ
ଏଜୁକେସନ——୧୭ ପଦ
ଇଞ୍ଜିନିୟରିଂ ବ୍ରାଞ୍ଚ———୪୫ ପଦ
ଯୋଗ୍ୟତା :
ଜେନେରାଲ ସର୍ଭିସ ପାଇଁ ଆଶାୟୀଙ୍କୁ ଆବେଦନ କରିବାକୁ ହେଲେ ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ୬୦ ପ୍ରତିଶତ ଅଙ୍କ ସହିତ BE ବା ବିଟେକ୍ କରିଥିବା ଦରକାର। Naval Armament Inspection ବ୍ରାଞ୍ଚ ପାଇଁ ଆବେଦନ କରିବାକୁ ହେଲେ ଆଶାୟୀଙ୍କୁ ଦଶମ ଓ ଦ୍ୱାଦଶରେ କମ ସେ କମ ୬୦ ପ୍ରତିଶତ ଓ ଦଶମ ଓ ଦ୍ୱାଦଶରେ ଇଂରାଜୀରେ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ରହିବା ଦରକାର। ସେହିପରି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ଅଟୋମେସନ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରିକାଲ ଓ ଇଲୋକ୍ଟ୍ରୋନିକ୍ସ, ମାଇକ୍ରୋ ଇଲୋକ୍ଟ୍ରୋନିକ୍ସ , ଇଲୋକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ, ଇଲୋକ୍ଟ୍ରିନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ , ଇନଷ୍ଟ୍ରୁମେସନ ଆଣ୍ଡ କଣ୍ଟ୍ରୋଲ, କଣ୍ଟ୍ରୋଲ ଇଞ୍ଜିନିୟରିଂ, ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ ସହ ମେକାନିକାଲ, ମେକାନିକାଲ ଆଦି ପାଠ୍ୟକ୍ରମରେ ସର୍ବନିମ୍ନ ୬୦ ପ୍ରତିଶତ ସହିତ ବି.ଇ/ ବିଟେକ୍ ହେବା ଜରୁରୀ। ଶୈକ୍ଷିକ ଯୋଗ୍ୟତା ଓ ଆୟୁ ସୀମା ପାଇଁ ଆଶାୟୀ ୱେବସାଇଟରେ ଯାଇ ପରିଦର୍ଶନ କରନ୍ତୁ।
ଏହିପଦ ପାଇଁ ଆବେଦନ କରିବାକୁ ଆଶାୟୀଙ୍କୁ ଭାରତୀୟ ନୌସେନାର ଅଫିସିଆଲ ୱେବସାଇଟ joinindiannavy.gov.in ମାଧ୍ୟମରେ ଆବେଦନ କରିହେବ। ଆବଦନ କରିବା ପାଇଁ ଶେଷ ତାରିଖ ହେଉଛି ୧୨ ମାର୍ଚ୍ଚ ୨୦୨୨ । ଆଶାୟୀ ମାନେ ଆବେଦନ କରିବା ପୂର୍ବରୁ ଅଫିସିଆଲ ୱେବସାଇଟ (Official Website) ଥରେ ଦେଖିନେବା ଜରୁରୀ।
