ତାଇୱାନ ଉପରେ ଆକ୍ରମଣ କରିବି ଚୀନ! ଆକାଶରେ ଗର୍ଜିଲା ୯ ଯୁଦ୍ଧ
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ଯୁଦ୍ଧ ଉପରେ ବିଶ୍ୱର ନଜର ରହିଛି । ଆଲୋଚନା ଦ୍ୱାରା ସମଧାନ କରିବାକୁ ସମସ୍ତ ଦେଶ ପରାମର୍ଶ ଦେଉଛନ୍ତି । ଏହାରି ମଧ୍ୟରେ ଆଉ ଏକ ଖବର ଆସିଛି । ଏବେ ଚୀନ ଟାର୍ଗେଟରେ ରହିଛି ତାଇଓ୍ୱାନ । ଏପରିକି ଗୁରୁବାର ଚୀନର ୯ଟି ଲଢୁଆ ବିମାନ ତାଇୱାନର ଆଖପାଖରେ ଦେଖାଯାଇଥିଲା । ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବାର କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଚୀନରେ ପହଞ୍ଚିଥିଲେ । ଏହି ସମୟରେ ପୁଟିନ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ୍ଙ୍କ ସହ ମିଶି ୫୩୦୦ରୁ ଉର୍ଦ୍ଧ୍ବ ଶବ୍ଦର ଏକ ଯୁଗ୍ମ ବିବୃତ୍ତି ଦେଇଥିଲେ । ଯାହାକୁ ଦେଖି ପୂରା ବିଶ୍ୱ ଚକିତ ହୋଇଯାଇଥିଲା । ଏହି ମିଳିତ ବୟାନରେ ଋଷ ତାଇୱାନ ମାମଲାରେ ଚୀନକୁ ସମର୍ଥନ କରିଥିଲା ।
ଅନ୍ୟପଟେ ୟୁକ୍ରେନ୍-ରୁଷ୍ ଯୁଦ୍ଧ ଆରମ୍ଭ ହେବା ପରେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚୀନ୍ ଦ୍ୱାରା ମିଡିଆ ଲାଗି ସେନସରସିପ୍ ଜାରି ହୋଇଛି । ସେଥିରେ ଋଷ ସହ ଭାବନାତ୍ମକ ଓ ନୈତିକ ସମର୍ଥନ ବଜାୟ ରଖିବା କଥା କୁହାଯାଇଛି । ଏଥିସହ ତାଇୱାନ ଉପରେ କବଜା ଲାଗି ଉଦେ୍ଧଶ୍ୟ ବି ଜାହିର କରାଯାଇଛି । ଏସବୁକୁ ଦେଖି ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଚୀନ ତାଇୱାନକୁ କବଜା କରିବକୁ ଉଦ୍ୟମ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।
