ତୁରନ୍ତ ଖାରକିଭ ଛାଡ଼ିବାକୁ ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରି ଜାରି
ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ୟୁକ୍ରେନରେ ଥିବା ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସୈନ୍ୟ କାର୍ୟ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ପରେ ୟୁକ୍ରେନ୍ରେ ସ୍ଥିତି ଗମ୍ଭୀର ହୋଇ ପଡ଼ିଛି । ରୁଷର ଘନଘନ ଆକ୍ରମଣ ଯୋଗୁ ୟୁକ୍ରେନ ସ୍ଥିତି ସାଂଘାତିକ ହୋଇ ଯାଇଛି । ବିଶେଷ କରି ରାଜଧାନୀ କିଭରେ ରୁଷ ସୈନ୍ୟ କ୍ରୁଜ ମିସାଇଲ ମାଡ଼ କରୁଥିବାରୁ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ଭାରତ ସରକାର ।
ଋଷ- ୟୁକ୍ରେନ ଯୁଦ୍ଧ ନେଇ ଭାରତର ସରକାର ଚିନ୍ତାରେ । ଭାରତୀୟ ଦୂତାବାସ ପକ୍ଷରୁ ହୋଇଛି ଆଡଭାଇଜରି ଜାରି । ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ତୁରନ୍ତ ଖାରକିଭ ଛାଡ଼ିବାକୁ କୁହାଯାଇଛି । ସ୍ଥାନୀୟ ସମୟ ୬ଟା ସୁଦ୍ଧା ଛାଡ଼ିବାକୁ କୁହାଯାଇଛି । ପେସୋଚିନ, ବାବାୟୋ, ବେଜଲୁଡୋକା ଏହି ୩ଟି ସ୍ଥାନକୁ ଚାଲିଯିବାକୁ ଭାରତୀୟଙ୍କୁ ଦୂତାବାସୂ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏସବୁ ଭିତରେ କିଭରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ନିଜ ଦେଶର ନାଗରିକ ଓ ଶିକ୍ଷାର୍ଥୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
