ମେ’ ୨୭ରେ ରିଲିଜ୍ ହେବ ‘ଧାକଡ଼’, ସ୍କ୍ରିନରେ ଧାକଡ ଅନ୍ଦାଜ ଦେଖାଇବେ ପଙ୍ଗା କୁଇନ୍ କଙ୍ଗନା
ମୁମ୍ବାଇ : ସାମ୍ନାକୁ ଆସିଲା ପଙ୍ଗା କୁଇନ୍ କଙ୍ଗନାଙ୍କ ଅପକମିଙ୍ଗ ଫିଲ୍ମ ‘ଧାକଡ’ର ରିଲିଜ୍ ଡେଟ୍ । ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କଙ୍ଗନା ରଣାୱତ ଏବେ ସ୍କ୍ରିନରେ ଦେଖାଇବେ ନିଜ ଧାକଡ ଅନ୍ଦାଜ । ତାଙ୍କ ଅଭିନୟକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହୁଏ । କିନ୍ତୁ ଏବେ ଫିଲ୍ମ ଧାକଡ଼କୁ ନେଇ ଆଲୋଚନା ଜୋର ଧରିଛି । ପୂର୍ବରୁ ଶୁଣିବାକୁ ମିଳିଥିଲା କି ‘ଧାକଡ଼’ ଚଳିତ ବର୍ଷ ଏପ୍ରିଲରେ ରିଲିଜ୍ ହେବ । ହେଲେ ଏବେ ଏହାର ନୂଆ ରିଲିଜ ଡେଟ ସାମ୍ନାକୁ ଆସିଛି ।
ମେ’ ୨୭ରେ ଥିଏଟରରେ ରିଲିଜ୍ ହେବ ‘ଧାକଡ଼’ । ଏ ନେଇ ସୂଚନା ଦେଇଛନ୍ତି ନିଜେ କଙ୍ଗନା । ଫିଲ୍ମର ଏକ ନୂଆ ପୋଷ୍ଟର ସେୟାର କରି କଙ୍ଗନା ଏହି ଖବର ଫ୍ୟାନ୍ସଙ୍କୁ ଦେଇଛନ୍ତି । ଫିଲ୍ମଟି ହିନ୍ଦି, ତାମିଲ, ତେଲଗୁ ଓ ମାଲୟାଲମ ଭାଷାରେ ରିଲିଜ୍ ହେବାକୁ ଯାଉଛି। ଏଥିରେ କଙ୍ଗନାଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ଦିବ୍ୟା ଦତ୍ତା ମୁଖ୍ୟ ଭୂମିକାରେ ନଜର ଆସିବେ ।
