ଇଣ୍ଡିଆନ ଡେଂଟାଲ ଏସୋସିଏସନର ବୈଠକ ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାକୁ ନେଇ ନୂତନ ରାଜ୍ୟ କମିଟି ଗଠନ
ବାରିପଦା : ଡିଆନ ଡେଂଟାଲ ଏସୋସିଏସନର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୟୂରଭଂଜ ଓ କେନ୍ଦୁଝର ୨ଟି ଜିଲ୍ଲାକୁ ନେଇ ଇଣ୍ଡିଆନ ଡେଂଟାଲ ଏସୋସିଏସନର ଓଡ଼ିଶା ରାଜ୍ୟରେ ଏକ ନୂତନ କମିଟି ଗଠନ କରାଯିବା ନେଇ ଆଲୋଚନା ହୋଇଥିଲା । ଏହି ସଭାକୁ ଇଣ୍ଡିଆନ ଡେଂଟାଲ ଏସୋସିଏସନର ଓଡ଼ିଶା ରାଜ୍ୟ ସମ୍ପାଦକ ଡାକ୍ତର ସୁବାସ ଚନ୍ଦ୍ର ନାୟକ ଏବଂ ସହ ସମ୍ପାଦକ ଡାକ୍ତର ଅଭିଜିତ୍ ଜେନା ପରିଚାଳନା କରିଥିଲେ । ଏହି ଅବସରରେ ହାଇଟେକ ଡେଂଟାଲ କଲେଜ ଭୁବନେଶ୍ୱରର ପ୍ରଫେସର ଡାକ୍ତର ସମ୍ବର୍ତ ଦାସ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦାନ୍ତ ଓ ମୁଖ ଗହ୍ୱର ବିଭିନ୍ନ ରୋଗ ତଥା ମୁଖ ଗହ୍ୱର କର୍କଟ ରୋଗ ଓ ତାର ଚିକିତ୍ସା ଉପରେ ଆଲୋକପାତ କରିଥିଲେ । ସଂଗଠନର ବିଭିନ୍ନ ଲକ୍ଷ୍ୟକୁ ପୂରଣ କରି ପରିଚାଳନା ପାଇଁ ସଭାରେ ନୂତନ ଭାବେ ଏକ କମିଟି ଗଠନ କରାଯାଇଥିବା ବେଳେ, ସଭାପତି ଭାବରେ ଡାକ୍ତର ମିଲନ ପାଲ, ସମ୍ପାଦକ ଭାବେ ଡାକ୍ତର ସବ୍ୟସାଚୀ ଦାସ ଏବଂ କୋଷାଧ୍ୟକ୍ଷ ଭାବେ ଡାକ୍ତର ବିଭୂତି ଭୂଷଣ କରଙ୍କୁ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଡାକ୍ତର ଅଭିଜିତ ଜେନା ଧନ୍ୟବାଦ ଅର୍ପଣ କରି ଥିଲେ ।
