ସ୍ୱଦେଶ ଫେରିଲେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳି, ଏୟାରପୋର୍ଟରେ ଜୋରଦାର ସ୍ୱାଗତ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଶେଷ ହେବା ପରେ ଭାରତୀୟ ଖେଳାଳି ସ୍ୱଦେଶ ଫେରିଛନ୍ତି। ନୀରଜ ଚୋପ୍ରା, ରବି ଦହିୟା, ବଜରଙ୍ଗ ପୁନିଆ, ଲଭଲିନା ବୋର୍ଗୋହେନ୍ ସମେତ ସମସ୍ତ ଭାରତୀୟ ଖେଳାଳି ଟୋକିଓରୁ ଦିଲ୍ଲୀ ଫେରିଛନ୍ତି। ଏ ସମସ୍ତ ଖେଳାଳି ସୋମବାର ଦିଲ୍ଲୀ ଏୟାରପୋର୍ଟରେ ଓହ୍ଲାଇଛନ୍ତି। ଏୟାରପୋର୍ଟ ଖେଳାଳିଙ୍କର ଜୋରଦାର ସ୍ୱାଗତ କରାଯାଇଛି। ଅଲିମ୍ପିକ୍ସ କ୍ରୀଡ଼ାରେ ସାମିଲ୍ ହୋଇଥିବା ଖେଳାଳିଙ୍କ ଆଗମନ ପାଇଁ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ), ବାକି କ୍ରୀଡ଼ା ସଂଘ, ମିଡିଆ ସହ କିଛି ରାଜନୀତିକ ପାର୍ଟିର କର୍ମକର୍ତ୍ତା ଏୟାରପୋର୍ଟରେ ପହଞ୍ଚିଛନ୍ତି। ଏୟାରପୋର୍ଟରେ ଖେଳାଳିଙ୍କ ସ୍ୱାଗତ ପାଇଁ ଶତାଧିକ ଲୋକେ ବାଜା ସାଙ୍ଗକୁ ହାତରେ ତ୍ରିରଙ୍ଗା ଧରି ଛିଡ଼ା ହୋଇ ରହିଥିଲେ। ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଟିକିଏ ଝଲକ ପାଇବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ନୀରଜ ଚୋପ୍ରାଙ୍କୁ ଫୁଲତୋଡ଼ା, ଫୁଲହାର ଓ ତାଙ୍କ ସହ ସେଲଫି ନେବା ପାଇଁ ଲୋକେ ପାଗଳ ହୋଇଯାଇଥିଲେ।
Welcome home #TeamIndia
— SAIMedia (@Media_SAI) August 9, 2021
Our #Tokyo2020 stars are back and ?? has welcomed them with excitement and pride in its heart. Send in your best wishes for them with #Cheer4India@LovlinaBorgohai @Neeraj_chopra1 @imranirampal #RaviDahiya pic.twitter.com/bfOUs5TD6o
ସର୍ବପ୍ରଥମେ ଭାରତୀୟ ଆଥଲେଟିକ୍ସ ଟିମ୍ ଏବଂ ଟିମର ସଦସ୍ୟ ପହଞ୍ଚିଥିଲେ। ଆଥଲେଟିକ୍ସ ଟିମର ସଦସ୍ ପ୍ରଥମେ ଆସିଥିବା ବେଳେ ହକି ଟିମର ଖେଳାଳି ଅନ୍ୟ ଏକ ଫ୍ଲାଇଟ୍ ଯୋଗେ ଭାରତରେ ପହଞ୍ଚି ଛନ୍ତି। ଏୟାରପୋର୍ଟରେ ପହଞ୍ଚିବାର ସମସ୍ତଙ୍କର ଜୋରଦାର ସ୍ୱାଗତ କରାଯାଇଥିଲା। ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ରେସଲର୍ ବଜରଙ୍ଗ ପୁନିଆ ଜିପରେ ଏକ ବିଶାଳ ଶୋଭାଯାତ୍ରାରେ ଯାଇଥିଲେ। ନୀରଜ ଚୋପ୍ରା ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ସେହିପରି ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଥିବା ଲଭଲିନା କହିଛନ୍ତି, ପଦକ ଜିତି ଭାରତ ଫେରିବା ମୋର ସ୍ୱପ୍ନ ଥିଲା, ଆଉ ତାହା ପୂରଣ ହୋଇଛି। ଏତେ ଦିନ ପରେ ଏଠାକୁ ଆସି ଲୋକଙ୍କ ସହ ମିଶିବା ବହୁତ ଲାଗୁଛି। ସବୁ ଭାରତୀୟ ଖେଳାଳି ଦିଲ୍ଲୀ ସ୍ଥିତ ଏକ ହୋଟେଲରେ ପହଞ୍ଚିଛନ୍ତି। ସେଠାରେ ଖେଳାଳିମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା କରାଯିବ।
