ଭାରତୀୟଙ୍କୁ ଉଦ୍ଧାର ପାଇଁ ରୁଷୀ ଆଇଏଲ-୭୬ ଲିଫ୍ଟ ବିମାନକୁ ଷ୍ଟାଣ୍ଡବାୟରେ ରଖିଲା ବାୟୁସେନା
ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଅଧିକ ଘନିଭୂତ ହେବାରେ ଲାଗିଛି। ହଜାର ସଂଖ୍ୟାରେ ଭାରତୀୟ ଫସି ରହିଛନ୍ତି। ରୁଷ ଅଧିକାରୀଙ୍କ ସହଯୋଗରେ ସମସ୍ତଙ୍କ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି। ଭାରତୀୟଙ୍କୁ ୟୁକ୍ରେନରୁ ମୁଖ୍ୟତଃ ଖାରକିଭ ଏବଂ ସୁମୀ ଯୁଦ୍ଧକ୍ଷେତ୍ରରୁ ବାହାର କରିବା ପାଇଁ ଭାରତୀୟ ବାୟୁସେନା ନିଜର ରୁଷୀ ଆଇଏଲ-୭୬ ଲିଫ୍ଟ ବିମାନକୁ ଷ୍ଟାଣ୍ଡବାୟରେ ରଖାଯାଇଛି।
ପ୍ରାୟ ୪ ହଜାର ଛାତ୍ର ପୂର୍ବୋତ୍ତର ଯୁଦ୍ଧ କ୍ଷେତ୍ରରେ ଫସି ରହିଛନ୍ତି। ସାଉଥ ବ୍ଲକର ଅଧିକାରୀ ସୂଚନା ଅନୁସାରେ, ଛାତ୍ରଛାତ୍ରୀଙ୍କୁ ରୁଷର ରାଜଧାନୀ ଅଣାଯିବ, ଅତି କମରେ ଦୁଇ ଆଇଏଲ ୭୬ ବିମାନ ଆସନ୍ତା ଶୁକ୍ରବାର ମସ୍କୋ ପାଇଁ ଉଡାଣ ଭରିବେ।
ବିଦେଶ ମନ୍ତ୍ରଣାଳୟର ଅଧିକାରୀଙ୍କ ଏକ ଭାରତୀୟ ଟିମ ଗତ ସପ୍ତାହରେ ରୁଷର ସହର ବେଲଗୋରୋଡର ପୂର୍ବ ସୀମା ଜରିଆରେ ଲୋକଙ୍କୁ ବାହାର କରିବାରେ ଲାଗିଛନ୍ତି। ରୁଷର ବେଲଗୋରୋଡ ଏବଂ ୟୁକ୍ରେନର ଖାରକିଭ୍ ଏବଂ ସୁମୀ ସହରକୁ ଲାଗି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାତିରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କଥା ହୋଇଥିଲେ। ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଉଦ୍ଧାର ଉପରେ ଆଲୋଚନା କରିଥିଲେ। ଅନ୍ୟପଟେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ନିଜର ରୁଷ ଏବଂ ୟୁକ୍ରେନ ସମକକ୍ଷଙ୍କ ସହ କଥା କହିଛନ୍ତି । ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଅତି କମରେ ୧୩ ହଜାର ୮୦୦ ଭାରତୀୟ ନାଗରିକଙ୍କୁ କମର୍ସିଆଲ ଉଡାଣରେ ଏବଂ ଅନ୍ୟ ୧୫୦୦ଙ୍କୁ ଭାରତୀୟ ବାୟୁସେନା ବିମାନରେ ସ୍ୱଦେଶ ଫେରାଇ ଅଣାଯିବ। ମାର୍ଚ୍ଚ ୫ ସୁଦ୍ଧା ୧୫ ହଜାର ଭାରତୀୟଙ୍କୁ ଫେରାଇ ଅଣାଯିବ।
