ଆଜିଠୁ ଲର୍ଡସରେ ଭାରତ-ଇଂଲଣ୍ଡ ଦ୍ଵିତୀୟ ଟେଷ୍ଟ
ନୂଆଦିଲ୍ଲୀ : ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଐତିହାସିକ ଲର୍ଡସ ପଡ଼ିଆରେ ଦ୍ଵିତୀୟ ଟେଷ୍ଟ । ବର୍ଷା ଯୋଗୁଁ ପ୍ରଥମ ଟେଷ୍ଟମ୍ୟାଚର ଅନ୍ତିମ ଦିନ ବର୍ଷାରେ ଧୋଇ ଯିବାରୁ ମ୍ୟାଚ୍ ଅମୀଂମାସିତ ରହିଥିଲା। ଫଳରେ ବିଜୟରୁ ନିରାଶ ହୋଇଥିଲା ଟିମ୍ ଇଣ୍ଡିଆ । ସେଥିପାଇଁ ଦ୍ଵିତୀୟ ଟେଷ୍ଟ ଜିତିବା ଲକ୍ଷ୍ୟରେ ରହିଛି ଭାରତ । ଅପରପକ୍ଷରେ ଆଣ୍ଡରସନ୍ ଓ ବ୍ରଡ୍ଙ୍କ ଆହତ ଇଂଲଣ୍ଡ ଦଳ ପାଇଁ ଚିନ୍ତା ରହିଥିବା ସତ୍ତ୍ୱେ ବିଜୟ ଲକ୍ଷ୍ୟ ରଖିଛି । ୫ ମ୍ୟାଚ୍ର ଟେଷ୍ଟ ଏବେ ୦-୦ସ୍ଥିତିରେ ରହିଛି ।
ଲର୍ଡସ ଟେଷ୍ଟ୍ କୁ ଓହ୍ଲାଇବାକୁ ଯାଉଥିବା ଭାରତ ବିଶେଷ କରି ବ୍ୟାଟିଂରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି। ଟ୍ରେଣ୍ଟ୍ ବ୍ରିଜ୍ ଟେଷ୍ଟ୍ ରେ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଆଗଧାଡ଼ିର ବ୍ୟାଟିଂ ନୈରାଶ୍ୟଜନକ ଥିଲା। ଆହତ କାରଣରୁ ଏହି ମ୍ୟାଚ୍ ରୁ ଭାରତୀୟ ପେସ୍ ବୋଲର ସାର୍ଦ୍ଦୁଳ ଠାକୁର ବାଦ୍ ପଡ଼ିଛନ୍ତି । ପ୍ରଥମ ଟେଷ୍ଟରେ ଅଶ୍ବିନ ନ ଖେଳିବା ଯୋଗୁଁ ସମାଲୋଚନା କରା ଯାଇଥିଲା। ଏପରିବି ହୋଇପାରେ ଯେ ଈଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି। ତେବେ ପ୍ରଥମ ଟେଷ୍ଟରେ ରବୀନ୍ଦ୍ର ଜାଡ଼େଜା ଭଲ ବ୍ୟାଟିଂ କରିଥିବାରୁ ତାଙ୍କୁ ଆଉ ଏକ ସୁଯୋଗ ମିଳିବାର ସମ୍ଭାବନା ରହିଛି । ସେପେଟ ଆଣ୍ଡରସନ୍ ଓ ବ୍ରଡ୍ ଆହତ ହେବା ଇଂଲଣ୍ଡ ଚିନ୍ତା ବଢ଼ାଇ ଦେଇଛି। ପ୍ରଥମ ଟେଷ୍ଟରେ ଭାରତ ଅପେକ୍ଷା ଇଂଲଣ୍ଡ ଅଧିକ ଚାପରେ ରହିଥିବାବେଳେ ଘରୋଇ ଦଳ ଉନ୍ନତ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି। ଲର୍ଡସରେ ଉଭୟ ଦଳ ତିନିବର୍ଷ ତଳେ ଶେଷ ଥର ପାଇଁ ଟେଷ୍ଟ୍ ଖେଳିଥିଲେ। ଅନ୍ୟପକ୍ଷରେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତ ପାଇଁ ସତର୍କ ଘଣ୍ଟି ବାଜିଛି । କାରଣ ଇଂଲଣ୍ଡ ନିଜ ଟିମରେ ଅଫ ସ୍ପିନର ମୋଇନ ଅଲୀଙ୍କୁ ସାମିଲ କରିଛି । ଟିମ୍ ଇଣ୍ଡିଆର ବଡ଼ ଶତ୍ରୁ ହେଉଛନ୍ତି ମୋଇନ ଅଲି । ତାଙ୍କର ଯାଦୁଗରୀ ବୋଲିଂରେ ବ୍ୟାଟ୍ସମ୍ୟାନମାନଙ୍କୁ ଚିନ୍ତାରେ ପକାଇ ଦେଇଥାନ୍ତି । ଅନ୍ୟପଟରେ ସେ ବିରାଟ କୋହଲିଙ୍କୁ ୮ ଥର ଆଉଟ କରିଛନ୍ତି । ଫଳରେ ଏଥର ମଧ୍ୟ ସେ କୋହଲିଙ୍କର ଚିନ୍ତା ବଢ଼ାଇପାରନ୍ତି । କୋହଲିଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ଆଦିଲ ରସିଦ ୯ଥର, ଗ୍ରୀ ସ୍ୱାନ ଓ ମୋଇନ ଅଲି ୮-୮ ଥର ଆଉଟ କରଛନ୍ତି । ଆଡାମ ଜାମ୍ପା ଓ ନାଥନ ଲିୟୋନ ୭ ଥର ଲେଖାଏଁ ଆଉଟ କରିଛନ୍ତି ।


