ଡଙ୍ଗା ଭସାଇବାକୁ ଯାଇ ଅଘଟଣ : ନଦୀ ସ୍ରୋତରେ ଭାସିଯାଇ ନାବାଳକ ମୃତ
ଢେଙ୍କାନାଳ : ଭୁବନ ଏକ ନମ୍ବର ୱାର୍ଡ ନିବାସୀ ବିଦ୍ୟାଧର ନାୟକଙ୍କ ଏକ ମାତ୍ର ପୁଅ ୧୩ ବର୍ଷର ରୋଶନ ନାୟକ ବ୍ରାହ୍ମଣୀ ନଦୀକୁ ଡଙ୍ଗା ଭସାଇବାକୁ ଯାଇ ନିଖୋଜ ରହିଥିଲେ। ସେ ପରିବାର ସହ ଡଙ୍ଗା ଭସାଇବାକୁ ଯାଇଥିଲେ । ତେବେ ଅସାବଧାନତା ହେତୁ ଗୋଡ ଖସି ଯାଇ ନଦୀ ସ୍ରୋତରେ ଭାସିଯାଇଥିଲେ । ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହାନୀ ବହୁ ଖୋଜାଖୋଜି କରିଥିଲେ । ହେଲେ ରୋଶନକୁ ପାଇନଥିଲେ । ବନ୍ଦାଳ ଗ୍ରାମର ମାଛଧରାଳୀ ପ୍ରମୋଦ ମଲ୍ଲିକ, ଧୀର ମଲ୍ଲିକ କୈଳାଶ ମଲ୍ଲିକ ଓ କେଶବ ସେଠୀ ସୁଲେଇପାଳ ଘାଟରୁ ଜାଲ ସାହାଯ୍ୟରେ ରୋହନ ମୃତ ଅବସ୍ଥାରେ ପାଇଥିଲେ ।
ରୋସନ ବାପାମା’ଙ୍କର ଗୋଟାଏ ପୁଅ ଥିଲେ। ତାଙ୍କର ନିଖୋଜ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ସେ ନବମ ଶ୍ରେଣୀର ଛାତ୍ର ଥିଲେ।
