ଟାଟା ପାୱାର ପକ୍ଷରୁ ଗ୍ରାହକ ସେବା କେନ୍ଦ୍ର ଉଦଘାଟନ।
ନୀଳଗିରି : ଟାଟା ପାୱାର ପକ୍ଷରୁ ଆଜି ନୀଳଗିରି ରେ ନୂତନ ଗ୍ରାହକ ସେବା ଓ ବିଜୁଳି ଦେୟ ସଂଗହ କେନ୍ଦ୍ର ଉଦଘାଟନ କରାଯାଇଛି। ଉଦଘାଟନ ଉତ୍ସବ ରେ ଟାଟା ପାୱାର ର ଉତ୍ତର ଓଡ଼ିଶା ମୁଖ୍ୟ ଅଧିକାରୀ ତଥା ସିଇଓ ଭାସ୍କର ସରକାର ଓ ଚିଫ କମରସିଆଲ ଅଧିକାରୀ ଦୁଷ୍ୟନ୍ତ କେ. ତ୍ୟାଗୀ, ଏସ.ଇ. ସିଦ୍ଧାର୍ଥ ସଂଙ୍କର ରାୟ, ଏକଯୁକୁଟିବ ଇଞ୍ଜିନିୟର ଦେବାଶିଷ ପୁହାଣ, ନୀଳଗିରି ଏସଡିଓ ଦିପ୍ତି ରଞ୍ଜନ ବିଶ୍ବାଳ, କସଟମର କେୟାର ଚିଫ ବିନୋଦ କୁମାର ଓ ରୋଜାଲିନ୍ ସମେତ ବହୁ ଜିଲ୍ଲା ଓ ଉପଖଣ୍ଡ ଅଧିକାରୀ ଯୋଗଗଦେଇଥିଲେ। ଏହା କେନ୍ଦ୍ର ଦ୍ଵାରା ନୀଳଗିରି ର୍ ସମସ୍ତ ବିଦ୍ୟୁତ ଗ୍ରାହକ ମାନେ ଉନ୍ନତ ମାନର ବିଦ୍ୟୁତ ସମ୍ପର୍କିତ ସେବା ପାଇ ପାରିବେ ବୋଲି କହିଛନ୍ତି ମୁଖ୍ୟ ଅଧିକାରୀ।
