ଗତ ୨୪ ଘଂଟାରେ ନୁଆପଡା ପୋଲିସ ଦ୍ୱାରା ୩ ଲକ୍ଷ ୩୩ ହଜାରରୁ ଅଧିକ ଟଙ୍କା ଜୋରିମାନା ଆଦାୟ
ନୁଆପଡା : ଗତ ୨୪ ଘଂଟା ମଧ୍ୟରେ ନୁଆପଡା ଜିଲ୍ଲା ପୋଲିସ , ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ଜିଲ୍ଲା ପୋଲିସ ସମୁଦାୟ ୩ ଲକ୍ଷ ୩୩ ହଜାର ୭୫୫ ଟଙ୍କା ଜୋରିମାନା ଆଦାୟ କରିଛି । ମଦ ପାନ କରି ଗାଡି ଚଲାଉଥିବା ଅପରାଧରେ ୩ ଜଣ ଲୋକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ ୧୨ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ କ୍ୟାନସେଲ କରାଯାଇଛି । ଜିଲ୍ଲାରୁ ମଟର ଭେଇକିଲ ନିୟମ ଉଲଙ୍ଗନ ଅପରାଧରେ ଗାଡି ଚେକି ସମୟରେ ୮୧ ଜଣଙ୍କଠାରୁ ଫାଇନ ଆଦାୟ କରାଯାଇଛି ବୋଲି ଏ ସଂପର୍କରେ ନୁଆପଡା ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି ।
