ମହିଷାପଟା ଗ୍ରାମପଞ୍ଚାୟତରେ ରବିନ୍ଦ୍ର ସିଂ ଓ ଧୁସାଶନ ପୃଷ୍ଟିଙ୍କ ପଲା ଭାରି
ନୀଳଗିରି : ନୀଳଗିରି ବ୍ଲକରେ ମହିଷାପଟା ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ରବିନ୍ଦ୍ର ସିଂ, ସମିତି ସଭ୍ୟ ପ୍ରାର୍ଥୀ ଧୁସାଶନ ପୃଷ୍ଟିଙ୍କ ପଲା ଭାରି ରହିଥିବାର ଜଣାପଡ଼ିଛି । ବିଜେଡି ସମର୍ଥୀତ ସରପଞ୍ଚ ପ୍ରାର୍ଥୀ ରବିନ୍ଦ୍ର ସିଂ ପ୍ରଥମଥର ନିର୍ବାଚନ ଲଢ଼ୁଥିବା ବେଳେ ଦୀଘଁ ୧୦ବର୍ଷ ଧଣି ପଞ୍ଚାୟତବାସୀଙ୍କ ସୁଖ ଦୁଃଖରେ ସାମିଲ ଥିବା ବେଳେ ଚଳିତ ନିର୍ବାଚନ ବୈତରଣୀରେ ସହଜରେ ପାରିହେବାର ଅଧିକ ସମ୍ଭାବନା ଥିବା ବେଳେ ସେ ଜଣେ ମିଷ୍ଠଭାଷୀ, ସରଳ ସ୍ୱଭାବର ଯୁବକ ହୋଇଥିବାରୁ ଭୋଟରଙ୍କ ଆସ୍ଥା ତାଙ୍କ ଉପରେ ରହିଛି ।
ସେହିପରି ବିଜେଡି ସମର୍ଥିତ ସମିତିସଭ୍ୟ ଧୁସାଶନ ପୃଷ୍ଟି ନବୀନ ବାବୁଙ୍କର ବିକାଶ ମୂଳକ କାର୍ଯ୍ୟପନ୍ଥାକୁ ପାଥେୟ କରି ଘରେ ଘରେ ପ୍ରଚାର କରୁଛନ୍ତି । ଟ୍ରକ ହେଲପରରୁ ଜୀବନ ସହିତ ସଂଗ୍ରାମ କରି ଉକ୍ତ ପଞ୍ଚାୟତରେ ବେଶ ଭାଇଚାରା ସୃଷ୍ଟି କରିଛନ୍ତି । ପଞ୍ଚାୟତବାସୀ ତାଙ୍କ ସପକ୍ଷରେ ବେଶ ମତ ରଖୁଥିବା ବେଳେ ନିର୍ବାଚନ ବୈତରଣୀ ପାରି ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଫଳାଫଳକୁ ଅନାଇ ବସିଛନ୍ତି ପଞ୍ଚାୟତ ବାସୀ ।
