ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ତୁରନ୍ତ କାର୍ଯ୍ୟକ୍ଷମ ଦାବିରେ ରାସଗୋବିନ୍ଦପୁରରୁ ରାଜଭବନ ସ୍ୱାଭିମାନ ପଦଯାତ୍ରା
ବାଲେଶ୍ୱର : ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ ଆନୁକୂଲ୍ୟରେ ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବି ନେଇ ରାସଗୋବିନ୍ଦପୁରରୁ ରାଜଭବନ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ସ୍ୱାଭିମାନ ପଦଯାତ୍ରା ଶୁକ୍ରବାର ବାଲେଶ୍ୱର ସହର ଫକୀରମୋହନ ଗୋଲେଇ ନିକଟରେ ପହଞ୍ଚିଥିଲେ । ସେଠାରେ ପଦଯାତ୍ରାରେ ସାମିଲ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଅରିଜିତ ଘୋଷାଲଙ୍କ ନେତୃତ୍ୱରେ ଗତ ୨୬ ତାରିଖରେ ରସଗୋବିନ୍ଦପୁରରୁ ସ୍ୱାଭିମାନ ପଦଯାତ୍ରା ଆରମ୍ଭ ହୋଇଥିଲା । ସୁଶାନ୍ତ ସାହୁ, ନିଶିତ ବାରିକ, ତାପସ ଦାସ, ସ୍ମୃତିତୀର୍ଥ ମହାନ୍ତି, ସରୋଜ ସାହୁ, ତାପସ ସାମଲ, ତପନ ସିଂ, ଅଜୟ ଦାସ, ସୁଶୀଲ ଜେନା ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଅସିତ ଦାସଙ୍କ ନେତୃତ୍ୱରେ ଫକୀର ମୋହନ ଗୋଲାଇ ଠାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ଶ୍ରମିକ ନେତା ଶାନ୍ତନୁ ଦାସ, ତରୁଣ ରାଉତ, ଶ୍ରୀମାନ ଶ୍ରୀଚନ୍ଦନ, ବରିଷ୍ଠ ଖବରଦାତା ବିପ୍ଳବ କୁମାର ମହାନ୍ତି ପ୍ରମୁଖ ପଦଯାତ୍ରୀମାନଙ୍କ ଯାତ୍ରାରେ ସାମିଲ ହୋଇ ସେମାନଙ୍କ ଦାବିକୁ ସମର୍ଥନ ଜଣାଇଥିଲେ । ଏହି ପଦଯାତ୍ରା ଭୁବନେଶ୍ୱରରେ ପହଞ୍ôଚ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।
