ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ : ନ୍ୟୁଜିଲାଣ୍ଡ୍କୁ ହରାଇଲା ୱେଷ୍ଟଇଣ୍ଡିଜ୍
ମାଉଣ୍ଟ୍ ମାଉଙ୍ଗାନୁଇ : ଶୁକ୍ରବାର ଠାରୁ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଆୟୋଜକ ନ୍ୟୁଜିଲାଣ୍ଡ୍କୁ ୩ ରନ୍ରେ ମାତ ଦେଇଛି ୱେଷ୍ଟ୍ଇଣ୍ଡିଜ୍। ପ୍ରଥମେ ବ୍ୟାଟିଂ ପାଇ ଇଣ୍ଡିଜ୍ ୯ ୱିକେଟ୍ରେ ୨୫୯ ରନ୍ କରିବା ପରେ ନ୍ୟୁଜିଲାଣ୍ଡ୍ ୪୯.୫ ଓଭର୍ରେ ୨୫୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହି ମ୍ୟାଚ୍ରେ ଶେଷ ଓଭର୍ରେ ବିଜୟ ପାଇଁ ନ୍ୟୁଜିଲାଣ୍ଡ୍ ମାତ୍ର ୬ ରନ୍ ଆବଶ୍ୟକ କରୁଥିଲେ ହେଁ ଅଲ୍ରାଉଣ୍ଡର୍ ଡିଣ୍ଡ୍ରା ଡଟ୍ଟିନ୍ ଚମତ୍କାର ବୋଲିଂ କରି ଇଣ୍ଡିଜ୍କୁ ବିଜୟୀ କରାଇଥିଲେ। ସେ ଦୁଇ ସେଟ୍ ବ୍ୟାଟ୍ସଓମ୍ୟାନ୍ କାଟେ ମାର୍ଟିନ୍ (୪୪) ଓ ଜେସ୍ କେର (୨୫)ଙ୍କୁ ଆଉଟ୍ କରିବା ସହ ଫ୍ରାନ୍ସ ଜୋନାସ୍ଙ୍କୁ ରନ୍ଆଉଟ୍ କରିଥିଲେ। ୧୬ଟି ଚୌକା ଓ ଗୋଟିଏ ଛକା ସହ ୧୧୯ ରନ୍ କରିଥିବା ଇଣ୍ଡିଜ୍ ଓପନର ହେଲି ମାଥ୍ୟୁସ୍ଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।
ଇଣ୍ଡିଜ୍ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଚେଡିନ୍ ନେସନ୍ ୪ଟି ଚୌକା ସହ ୩୬, ଅଧିନାୟିକା ଷ୍ଟେଫାନି ଟେଲର୍ ୩ଟି ଚୌକା ସହ ୩୦ ଏବଂ ୱିକେଟ୍କିପର୍ ଶିମେନ୍ କ୍ୟାମ୍ପବେଲ୍ ୨ଟି ଚୌକା ସହ ୨୦ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ୍ ପକ୍ଷରୁ ଲିଆ ତାହୁହୁ ୩ଟି ଓ ଜେସ୍ ୨ଟି ୱିକେଟ୍ ନେଇଥିଲେ। ବ୍ୟାଟିଂରେ ଦଳ ପକ୍ଷରୁ ଓପନର ତଥା ଅଧିନାୟିକା ସୋଫି ଡିଭାଇନ୍ ୧୦ଟି ଚୌକା ସହ ଚମତ୍କାର ୧୦୮ ରନ୍ର ଇନିଂସ ଖେଳିଥିଲେ। ତା’ଛଡ଼ା ଆମି ସାତରଥ୍ୱେଟ୍ ୩୧, ମାର୍ଟିନ୍ ୪ଟି ଚୌକା ସହ ୨୫ ଓ ଜେସ୍ ୩ଟି ଚୌକା ସହ ୨୫ ରନ୍ କରିଥିଲେ। ଇଣ୍ଡିଜ୍ ପାଇଁ ମାଥ୍ୟୁସ୍, ଅନିସା ମହମ୍ମଦ ଓ ଡଟ୍ଟିନ୍ ସଫଳ ବୋଲର୍ ଭାବେ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଟୁର୍ଣ୍ଣାମେଣ୍ଟ୍ରେ ଶନିବାର ଡୁନେଡିନ୍ଠାରେ ବାଂଲାଦେଶ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବାରେ ୟୁକି ଭାମ୍ବ୍ରି ଓ ରାମକୁମାର ରାମନାଥନ୍ ଭାରତକୁ ଏହି ଅଗ୍ରଣୀ ଦେଇଛନ୍ତି। ଏଠାକାର ଜିମ୍ଖାନା କ୍ଲବ୍ସ୍ଥିତ ଗ୍ରାସ୍ କୋର୍ଟର ସମ୍ପୂର୍ଣ୍ଣ ଫାଇଦା ନେଇ ଭାରତୀୟ ଖେଳାଳିମାନେ ନିଜର ଦବ୍ଦବା କାଏମ୍ ରଖିଥିଲେ।
ପ୍ରଥମ ମ୍ୟାଚ୍ରେ ରାମକୁମାର ଡେନ୍ମାର୍କର କ୍ରିଷ୍ଟିଆନ୍ ସିଗସଗାର୍ଡଙ୍କୁ ୬-୩, ୬-୨ରେ ପରାସ୍ତ କରି ଭାରତକୁ ଆଗୁଆ କରାଇଥିଲେ। ଏହି ମ୍ୟାଚ୍ରେ ୧୭୦ତମ ର୍ୟାଙ୍କ୍ର ଖେଳାଳି ରାମନାଥନ୍ଙ୍କ ପାଇଁ ୮୨୪ ର୍ୟାଙ୍କ୍ର ଖେଳାଳି କ୍ରିଷ୍ଟିଆନ୍ଙ୍କୁ ହରାଇବା ପାଇଁ ବିଶେଷ କଷ୍ଟ ସ୍ୱୀକାର କରିବାକୁ ପଡ଼ି ନଥିଲା। ଫଳସ୍ୱରୂପ ମ୍ୟାଚ୍ଟି ମାତ୍ର ୫୯ ମିନିଟ୍ରେ ଶେଷ ହୋଇଥିଲା। ସେହିପରି ୨୦୧୭ ପରେ ପ୍ରଥମ ଥର ପାଇଁ ଡେଭିସ୍ କପ୍ରେ ଖେଳୁଥିବା ୟୁକି ୬-୪, ୬-୪ରେ ମିକାଏଲ୍ ଟୋର୍ପେଗାର୍ଡଙ୍କୁ ହରାଇଥିଲେ। ଭାରତ ୨-୦ରେ ଆଗୁଆ ରହିଥିବା ବେଳେ ଶନିବାର ରୋହନ୍ ବୋପନ୍ନା-ଦିବିଜ୍ ଶରନ୍ଙ୍କ ଯୋଡ଼ି ଫ୍ରେଡେରିକ୍ ନିଲସନ୍-ଜୋହାନେସ୍ ଇଙ୍ଗିଲଡସେନ୍ଙ୍କୁ ଭେଟିବେ। ଏହି ମ୍ୟାଚ୍କୁ ଜିତି ଉଭୟ ଭାରତ ପାଇଁ ଟାଇରେ ବିଜୟ ଅର୍ଜନ ପାଇଁ ଉଦ୍ୟମ କରିବେ।
