ବାଲେଶ୍ୱର : ସ୍ୱାମୀ ହତ୍ୟା ମାମଲାରେ ଅଭିଯୁକ୍ତ ପତ୍ନୀ ଓ ପ୍ରେମିକକୁ ଆଜୀବନ ଜେଲ
ବାଲେଶ୍ୱର : ବାଲେଶ୍ୱର ତୃତୀୟ ଅତିରିକ୍ତ ଜିଲା ଓ ଦୌରାଜଜ ବିବାସ୍ୱତ ଗୌତମ ସ୍ୱାମୀ ହତ୍ୟା ଅଭିଯୋଗ ମାମଲାର ବିଚାର କରି ଅଭିଯୁକ୍ତ ପତ୍ନୀ ଓ ପ୍ରେମିକକୁ ଆଜୀବନ ଜେଲ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି ।
ସୂଚନା ଯେ, ଖନ୍ତପଡ଼ା ଥାନା ଅଧୀନ ମାଳ ଗ୍ରାମର ଜୟଦେବ ଦାସ ପ୍ରଧାନଙ୍କୁ ଗତ ୨୦୧୮ ମଇ ୨୦ ତାରିଖ ରାତିରେ ଶୋଇଥିବା ବେଳେ କୁରାଢ଼ିରେ ହାଣି ହତ୍ୟା କରାଯାଇଥିଲା । ଏ ବାବଦରେ ତାଙ୍କ ପତ୍ନୀ ତିଳୋତ୍ତମା ଦାସ ଓ ପ୍ରେମିକ ମିତେଶ ପରିଡ଼ାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏହି ମାମଲା ତୃତୀୟ ଅତିରିକ୍ତ ଜିଲା ଓ ଦୌରାଜଜଙ୍କ ଅଦାଲତରେ ବିଚାରାଧୀନ ଥିଲା । ମଙ୍ଗଳବାର ଅପରାହ୍ନରେ ବିଚାରପତି ବିବାସ୍ୱତ ଗୌତମ ଧାରା ୩୦୨ରେ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଆସୋସିଏଟ୍ ଲୋୟେର ପ୍ରହଲ୍ଲାଦ ପତି ପରିଚାଳନା କରୁଥିଲେ ।
