ବଜେଟରେ କେଉଁ ବିଭାଗକୁ କେତେ
ଭୁୁବନେଶ୍ୱର : ରାଜ୍ୟ ଅର୍ଥମନ୍ତ୍ରୀ ବୁଧବାର ଦିନ ବିଧାନସଭାରେ ୧ଲକ୍ଷ ୬ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ୨ଲକ୍ଷ କୋଟି ହେବ ବୋଲି ଆକଳନ କରାଯାଇଛି । ଏହା ମଧ୍ୟରେ ବିଭିନ୍ନ ବିଭାଗ ପାଇଁ ବ୍ୟୟ ବରାଦ କରାଯାଇଛି ।
ସୂଚନା ଅନୁଯାୟୀ ସ୍ୱରାଷ୍ଟ୍ର ବିଭାଗ ପାଇଁ ୬୩୭୭.୦୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପାଇଁ ୫୨୨.୬୧ କୋଟି , ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ୧୪୯୯.୮୪ କୋଟି, ଆଇନ୍ ବିଭାଗ ପାଇଁ ୫୬୦.୧୯ କୋଟି, ଅର୍ଥ ବିଭାଗ ପାଇଁ ୫୮୯୩୩.୬୭ କୋଟି, ବାଣିଜ୍ୟ ବିଭାଗ ପାଇଁ ୧୭୩.୫୯ କୋଟି, ନିର୍ମାଣ ବିଭାଗ ପାଇଁ ୮୩୩୩.୯୭ କୋଟି, ଓଡିଶା ବିଧାନସଭା ପାଇଁ ୧୬୫.୦୫ କୋଟି , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପାଇଁ ୧୨୦୪.୮୮ କୋଟି , ବିଦ୍ୟାଳୟ ଓ ଗଣଶିକ୍ଷା ପାଇଁ ୨୦୩୩୦.୭୬ କୋଟି, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପାଇଁ ୪୦୪୯.୬୯ କୋଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧୧୫୦୬.୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ଅପରପକ୍ଷରେ ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ ପାଇଁ ୬୪୯୮.୪୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପାଇଁ ୧୮୩.୦୮ କୋଟି , କ୍ରୀଡା ଓ ଯୁବ ସେବା ବିଭାଗକୁ ୬୦୧.୯୯ କୋଟି, ଯୋଜନା ଓ ସଂଯୋଜନ ବିଭାଗକୁ ୬୪୫୬.୬୪ କୋଟି.ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ୨୧୨୪୬.୪୨ କୋଟି, ସାଧାରଣ ଅଭିଯୋଗ ଓ ପେନସନ ବିଭାଗକୁ ୨,୨୧ କୋଟି , ଶିଳ୍ପ ବିଭାଗକୁ ୬୪୬.୪୦ କୋଟି , ଜଳ ସମ୍ପଦ ବିଭାଗକୁ ୧୦୦୪୪.୯୬ କୋଟି, ପରିବହନ ବିଭାଗକୁ ୧୦୦୯.୩୬ କୋଟି, ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗକୁ ୧୦୮୮.୦୬ କୋଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ୬୨୭୬.୧୨ କୋଟି, ଇସ୍ପାତ ଓ ଖଣି ବିଭାଗକୁ ୧୬୨.୮୫ କୋଟି, ସୂଚନା ଓ ଲୋକସମ୍ପର୍କ ବିଭାଗକୁ ୧୧୯.୯୯ କୋଟି, ଅବକାରୀ ବିଭାଗକୁ ୧୫୬.୧୯ କୋଟି, ବିଜ୍ଞାନ ଓ ବୈଷୟିକ ବିଭାଗକୁ ୧୮୬.୬୪ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୬୫୫୯.୧୩ କୋଟି , ସହସଦୀୟ ବ୍ୟାପାର ବିଭାଗକୁ ୮୩.୮୯ କୋଟି ଏବଂ ଶକ୍ତି ବିଭାଗ ପାଇଁ ୩୪୭୯.୪୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ସେହିପରି ହସ୍ତତନ୍ତ,ବୟନଶିଳ୍ପ ଓହସ୍ତଶିଳ୍ପ ବିଭାଗ ଲାଗି ୨୦୩.୧୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ପର୍ଯ୍ୟଟନ ବିଭାଗ ପାଇଁ ୫୯୪.୬୪ କୋଟି, ମତ୍ସ୍ୟ ଓ ପଶୁସମ୍ପଦ ଉନ୍ନୟନ ବିଭାଗ ପାଇଁ ୧୬୫୭.୫୪ କୋଟି, ସମବାୟ ବିଭାଗକୁ ୧୮୪୦.୧୨ କୋଟି, ସାଧାରଣ ଉଦ୍ୟୋଗ ବିଭାଗକୁ ୧୦.୩୫ କୋଟି, ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ୩୫୬୬.୬୨ କୋଟି, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟାକୁ ୨୯୯.୮୬ କୋଟି , ଉଚ୍ଚଶିକ୍ଷା ବିଭାଗକୁ ୨୮୦୭.୧୪ କୋଟି ,ଦକ୍ଷତା ବୃଦ୍ଧି ଓ ବୈଷୟିକ ଶିକ୍ଷା ବିଭାଗକୁ ୮୦୮.୯୦ କୋଟି, ଅଣୁ,କ୍ଷୂଦ୍ର ଓ ମଧ୍ୟମ ଉଦ୍ୟେ।।ଗକୁ ୬୨୨.୬୬ କୋଟି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ୩୭୦୫.୬୧ କୋଟି, ବିପର୍ଯ୍ୟୟ ପରିଚାଳନା ବିଭାଗକୁ ୩୨୫୯.୩୭ କୋଟି , ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃ୍ତି ବିଭାଗକୁ ୧୬୪.୭୩ କୋଟି ଏବଂ ମିଶନ ଶକ୍ତି ବିଭାଗ ପାଇଁ ୨୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
