ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ଆକ୍ରମଣ
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଉପରେ ଆକ୍ରମଣ । ଡେପୁଟି ସିଏମ୍ ମନୀଷ ସିସୋଦିଆ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, କିଛି ଅସାମାଜିକ ଲୋକ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ କରି ସିସିଟିଭି କ୍ୟାମେରା ଏବଂ ସୁରକ୍ଷା ବ୍ୟାରିକେଡ଼କୁ ଭାଙ୍ଗିଛନ୍ତି। କାଶ୍ମୀର ପଣ୍ଡିତଙ୍କ ଉପରେ ଦେଇଥିବା ବୟାନ ଉପରେ କ୍ରୋଧ ପ୍ରକାଶ କରି ଦୁର୍ବୃତ୍ତମାନେ ଏପରି ଆକ୍ରମଣ କରିଛନ୍ତି ।
ଦିଲ୍ଲୀ ବିଧାନସଭାରେ ଫିଲ୍ମ କାଶ୍ମୀର ଫାଇଲ୍କୁ ନେଇ ଉତ୍ତର ରଖିଥିଲେ କେଜ୍ରିୱାଲ। ବିଜେପି ଅଯଥା ଫିଲ୍ମର ପ୍ରଚାର କରୁଛି ବୋଲି କହିଥିଲେ। ଏହିଥିରେ କ୍ରୋଧ ପ୍ରକାଶ କରି ବିଜେପି ଯୁବମୋର୍ଚ୍ଚା ଆଜି କେଜରିୱାଲ୍ଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଆକ୍ରମଣ କରିଛନ୍ତି। ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଇପି କଲେଜ୍ରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସବଭନ ପର୍ଯ୍ୟନ୍ତ ବିକ୍ଷୋଭ କରାଯାଇଥିଲା।
କେବଳ ସେତିକି ନୁହେଁ, ବିଜେପି ପୋଲିସ ସେମାନଙ୍କୁ ଅଟକାଇବା ପରିବର୍ତ୍ତେ ଘର ପାଖକୁ ଆଣିଥିଲା । ପୋଲିସର ସୂଚନା ଅନୁସାରେ, ବିଜେପି ଯୁବ ମୋର୍ଚ୍ଚାର ପ୍ରାୟ ୧୫୦-୨୦୦ କର୍ମୀ ସକାଳ ପ୍ରାୟ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାତି ପ୍ରାୟ ୧ଟା ବେଳେ କିଛି ବିକ୍ଷୋଭକାରୀ ବ୍ୟାରିକେଡ୍ ଭାଙ୍ଗି ସିଏମ୍ ବାସଭବନ ବାହାରେ ପହଞ୍ଚିଥିଲେ । ସେମାନେ ଗେଟରେ ରଙ୍ଗ ଫିଙ୍ଗିବା ସହ ଏଠାରେ ଥିବା ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ୭୦ ଜଣଙ୍କୁ ଗିରଫ କରିଥିଲା।
