କୋର ପାଳକଣା ଗ୍ରାମରେ ଘରପୋଡି
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ତଥା ନିକିରାଇ ଥାନା ଅଧିନ କୋର ପଂଚାୟତର ପାଳକଣା ଗ୍ରାମରେ ରବିବାର ସଂନ୍ଧ୍ୟାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଯାଇଛି । ସଂନ୍ଧ୍ୟା ସମୟରେ ଗ୍ରାମର ବାସୁଦେବ ଲେଙ୍କାଙ୍କ ଘର ପଛରେ ନୂଆ କରି ତିଆରି ହୋଇଥିବା ଚାଳଘର ନିକଟରେ ଥିବା ଗୁହାଳ ଘରେ ସଂନ୍ଧ୍ୟାରେ ମଶା ଘଉଡାଇବା ପାଇଁ ଧୂଆଁ ଦିଆଯାଇ ଥିବାବେଳେ ସେଥିରୁ ନିଆଁ ଉଠି ଚାଳଘର ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି । ଖବରପାଇ କେନ୍ଦ୍ରାପଡାରୁ ଦମକଳ ବାହିନୀ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିବା ଜଣାପଡିଛି । ଏଥିରେ ବାସୁଦେବ ଲେଙ୍କା ଲକ୍ଷ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ମିଳିବା ପାଇଁ ସାଧାରଣ ଲୋକେ ଦାବି କରିଛନ୍ତି ।
