ଅଜୟ ପଣ୍ଡାଙ୍କୁ ଶ୍ରେଷ୍ଠ ଚିତ୍ରଶିଳ୍ପୀ ଗୈାରବ ସମ୍ମାନ
କେନ୍ଦ୍ରାପଡ଼ା : ଚିତ୍ରଶିଳ୍ପୀ ଅଜୟ ପଣ୍ଡାଙ୍କୁ ଶ୍ରେଷ୍ଠ ଚିତ୍ରଶିଳ୍ପୀ ଗୈାରବ ସମ୍ମାନ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ସ୍ଥିତ ପାୟଲ ମ୍ୟୁଜିକ ସ୍କୁଲର ବିଂଶତମ ଗ୍ରାମୀଣ ମହୋତ୍ସବର ଉଦଯାପନୀ ଦିବସରେ ଅନୁଷ୍ଠାନର ସଭାପତି ନୀଳମାଧବ ପତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ପ୍ରାକ୍ତନ ସାଂସଦ ତଥା ଆନ୍ତର୍ଜାତୀୟ କବି ଡଃ. ପ୍ରସନ୍ନ ପାଟ୍ଟଶାଣୀ, ମୁଖ୍ୟବକ୍ତା ରୋଜାଲିନ ସେନାପତି, ସମ୍ମାନୀତ ଅତିଥି ନିକିରାଇ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ୱାଇଁ ଓ ପରିବେଶବୀତ କାଶୀନାଥ ରାଉତରାୟ ପ୍ରମୁଖ ଆଜୀବନ କଳା ସାଧନା ତଥା ଚିତ୍ରକଳା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ପକ୍ଷରୁ ଚିତ୍ରଶିଳ୍ପୀ ଅଜୟ ପଣ୍ଡାଙ୍କୁ “ଶ୍ରେଷ୍ଠ ଚିତ୍ରଶିଳ୍ପୀ ଗୈାରବ ସମ୍ମାନ” ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ ଶ୍ରୀ ପଣ୍ଡା କେନ୍ଦ୍ରାପଡା ଜିଲ୍ଲାରେ ଚିତ୍ରକଳା ବିଦ୍ୟାର ପ୍ରସାର ନିମନ୍ତେ ନିରବଛିନ୍ନ ଭାବେ ଦୀର୍ଘ ବର୍ଷ ଧରି ମୀରପାଟଣାସ୍ଥିତ ନିଜସ୍ୱ କଳା ପ୍ରଶିକ୍ଷଣ ପ୍ରତିଷ୍ଠାନ ‘ଅରୋ’ ଚିତ୍ରକଳା ବିଦ୍ୟାଳୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଚିତ୍ରକଳା ଶିକ୍ଷା ଦେଇ ଆସୁଛନ୍ତି । ବର୍ତ୍ତମାନ କେନ୍ଦ୍ରାପଡା କେନ୍ଦ୍ରୀୟ ବିଦ୍ୟାଳୟରେ କଳା ଶିକ୍ଷକ ଭାବେ ସେ କାର୍ଯ୍ୟରତ ଅଛନ୍ତି ।
