ଭରତପୁର ଦକ୍ଷୀଣକାଳୀଙ୍କ ପ୍ରଥମ ବାର୍ଷୀକ ମହୋତ୍ସବରେ ସାଂସ୍କୃତିକ ସନ୍ଧ୍ୟା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ଦକ୍ଷୀଣକାଳୀଙ୍କ ପ୍ରଥମ ବାର୍ଷୀକ ମହୋତ୍ସବର ପ୍ରଥମ ଓ ଦ୍ୱିତୀୟ ସନ୍ଧ୍ୟାରେ ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ସଂଯୋଜନା ଓ ପରିଚାଳନାରେ ଓଡିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ରଶ୍ମୀରଞ୍ଜନ ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀଙ୍କ ସମେତ ଏକାଧିକ କଣ୍ଠଶିଳ୍ପୀ ଭାବର ଭଜନ ମଞ୍ଚପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଅଧ୍ୟାପକ ଅଜୟ କୁମାର ରାଉତ ଉଦଘାଟନ କରିଥିଲେ । ଦ୍ୱିତୀୟ ସନ୍ଧ୍ୟାରେ ଲୋକପ୍ରିୟ ଟିଭି ଚ୍ୟାନେଲ ସିଦ୍ଧାର୍ଥ ଦ୍ୱାରା ପ୍ରସାରିତ ନମିତା ଅଗ୍ରୱାଲ ବିଜେତା ସୁଶ୍ରୀ ଭାଗ୍ୟଶ୍ରୀଙ୍କୁ ସମାଜସେବୀ ଇଂ ମୂରଲୀଧର ସେଠୀ ସୁର ସାମ୍ରାଜ୍ଞୀ ଉପାଧିରେ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ରୋହିତ ଦାସ ଓ ପ୍ରିୟଙ୍କା ପତି ପ୍ରମୁଖ ଭଜନ ପରିବେଷଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର କ୍ରୀୟାନୁଷ୍ଠାନ କମିଟି ସଭାପତି ଯୁଗଳ କିଶୋର ଦାସ, ସମ୍ପାଦକ ଶିବ ପ୍ରସାଦ ଦାସ, ଶକ୍ତିପ୍ରସାଦ ମହାନ୍ତି, ବିମଳାକାନ୍ତ ଚୈାଧୁରୀ, ଶ୍ରୀଧର ମହାନ୍ତି, ଅରବିନ୍ଦ ମହାନ୍ତି, ଶ୍ରୀଚରଣ ବେହେରା ପ୍ରମୁଖ ପରିଚାଳନା କରିଥିଲେ । କଣ୍ଠଶିଳ୍ପୀ ରଶ୍ମୀରଞ୍ଜନ ପଣ୍ଡାଙ୍କୁ ତାନସେନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
