ହନିଟ୍ରାପ୍ କୁଇନ୍ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
କଟକ : ହନିଟ୍ରାପ୍ କୁଇନ ଅର୍ଚ୍ଚନା ନାଗଙ୍କୁ ବ୍ଲାକମେଲ ମାମଲାରେ ହାଇକୋର୍ଟରୁ ଜାମିନ ମିଳିଛି । କେତେଗୁଡିଏ ସର୍ତ୍ତ ରଖି ହାଇକୋର୍ଟ ଆଜି ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପକ୍ଷରୁ ହୋଇଥିବା ଏତଲା ଆଧାରରେ ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ । ତେବେ ତଦନ୍ତରେ ସହଯୋଗ କରିବା, ବିନାନୁମତିରେ ବାହାରକୁ ନ ଯିବା, ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବା ପାଇଁ ଅଦାଲତ ଅର୍ଚ୍ଚନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଅର୍ଚ୍ଚନାଙ୍କ ବିରୋଧରେ ଆହୁରି ଦୁଇଟି ମାମଲା ରହିଥିବାରୁ ସେ ଜେଲରୁ ମୁକୁଳିପାରିବେନି ବୋଲି ଜଣାପଡିଛି । ଅର୍ଚ୍ଚନାଙ୍କ ବିରୋଧରେ ଶ୍ରଦ୍ଧାଞ୍ଜଳି କରିଥିବା ଏତଲା ଆଧାରରେ ଖଣ୍ଡିଗିରି ଥାନାରେ ହୋଇଥିବା ମାମଲା ଓ ଇଡି ପକ୍ଷରୁ ଚାଲିଥିବା ତଦନ୍ତ ମାମଲା ଏବେ ବି କୋର୍ଟରେ ବିଚାରାଧୀନ ରହିଛି ।
