ଦୋକାନ ଭଙ୍ଗା ରୁଜା ସହ ଅଟୋ ଡ୍ରାଇଭରକୁ ମାଡ
ଜୟପୁର : ଜୟପୁର ସଦର ଥାନା ଅନ୍ତର୍ଗତ ପେପର ମିଲ ଛକ ରେ ମାରପିଟ ଦୋକାନ ଭଙ୍ଗା ରୁଜା ଓ ଅଟୋ ଡ୍ରାଇଭର କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ୨ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ ଭିମ ସେନ ସଗରିଆ ଓ କୁଷ୍ଣ ରାଜ ଭକ୍ତ । ଏହି ମ।।ମଲାରେ ରଞ୍ଜିତ ଖରା ସହ ୧୩ ଜଣ ଫେରାର ଅଛନ୍ତି । ପୋଲିସ ସୁଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ପେପର ମିଲ ଛକରେ ୧୫ ଜଣ ଅଭିଯୁକ୍ତ ଦୋକାନ ଭଙ୍ଗା ରୁଜା କରିବା ସହ ଆଟୋ ଡ୍ରାଇଭର ରଘୁ ନାଥ ନାୟକକୁ ନିସ୍ତୁକ ମାଡ ମାରିଥିଲୋ ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ୨ ଅଭିଯୁକ୍ତ କୁ ଗିରଫ କରିଛି । ଫେରାର ଅଭିଯୁକ୍ତ କୁଶିଘ୍ର ଗିରଫ କରାଯିବ ବୋଲି ପୋଲିସ ସୁଚନା ଦେଇଥିବା ବେଳେ ମଦ ପିଇ ଏପରି କାଣ୍ଡ ଘଟାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
