ଦେଶୀ ମଦ ଚାଲାଣ ବେଳେ ୨ ଗିରଫ
ଜୟପୁର : ଦେଶୀ ମଦ ଚାଲାଣ ବେଳେ ଜୟପୁର ଅବକାରି ବିଭାଗ ଚଢାଉ କରିଛି । ଚଢାଉ କରି ୨ ଜଣକୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ ବାଗ୍ରା ନିଳାଗୁଡାର ମଙ୍ଗରାଜ ହରିଜନ ଓ ବାଗ୍ରାଗୁଡାର ମାଧବ ବଡ ନାୟକ । ଅବକାରି ବିଭାଗ ସୁଚନା ଅନୁଯାଇ ଦେଶି ମଦ ଚାଲାଣ ହେଉଥିବା ଜୟପୁର ଅବକାରି ବିଭାଗ ସୁଚନା ପାଇ ଚଢାଉ କରିଛି । ଦୁଇଟି ସ୍ଥାନରେ ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମଙ୍ଗରାଜ ଠାରୁ ୧୦ ଲିଟର ଓ ମାଧବ ଠାରୁ ୨୫ ଲିଟର ଦେଶି ମଦ ଜବତ କରି କୋର୍ଟ ଚାଲାଣ କରାଯାଇଥିବା ସୁଚନା ଦିଆଯାଇଛି ।
