ଝାଡଗାଁ ଆଦର୍ଶ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ
ରାଇରଙ୍ଗପୁର : ବହଳଦା ସ୍ଥିତ ଝାଡଗାଁ ଆଦର୍ଶ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ ହୋଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହିନ୍ଦୀରେ ବକ୍ତୃତା, କବିତା ଆବୃତି, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା କରାଯାଇଥିଲା । ସିନିୟର ବିଭାଗର ବକ୍ତୃତା ପ୍ରତିଯୋଗିତାରେ ଦଶମ ଶ୍ରେଣୀର ଛାତ୍ର ସମ୍ମାନ ଦାସ ପ୍ରଥମ ହୋଇଥିଲା ବେଳେ ଜୁନିୟର ବିଭାଗରେ ସପ୍ତମ ଶ୍ରେଣୀର ଛାତ୍ର ପ୍ରୀତମ କର ପ୍ରଥମ ହୋଇଥିଲେ । ଗ୍ରୁପ୍ କୁଇଜ୍ ପ୍ରତିଯୋଗିତାରେ ଚାରୋଟି ଗ୍ରୁପ୍ ମଧ୍ୟରୁ ସୁବର୍ଣ୍ଣରେଖା ଗ୍ରୁପ୍ ପ୍ରଥମ ହୋଇଥିଲା । ସେହିପରି କବିତା ଆବୃତିରେ ସିନିୟର୍ ବିଭାଗରେ ଦଶମ ଶ୍ରେଣୀ ଛାତ୍ର ବିଶ୍ୱରାଜ ହାଁସଦାଃ ଏବଂ ଜୁନିୟର ବିଭାଗରେ ସପ୍ତମ ଶ୍ରେଣୀର ଆଲିଶା ପଣ୍ଡା ପ୍ରଥମ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ଉତ୍ସବରେ ପୁଷ୍ପା ରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିବା ବେଳେ, ହିନ୍ଦୀ ବିଭାଗର ଶିକ୍ଷୟିତ୍ରୀ ଅନୁଜା ମହାନ୍ତ ସଭା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ବିଶ୍ୱାଳ, ସୌମ୍ୟରଂଜନ ନାଏକ, ତପସ୍ୱୀନି ସାହୁ, ପରେଶ କୁମାର ଜେନା, ମଧୁସ୍ମିତା ହେମ୍ବ୍ରମ, କବିରାଜ ସୋରେନ ପ୍ରମୁଖ ଯୋଗଦେଇ ହିନ୍ଦି ଭାଷାର ଗାରିମା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ । ସେହିପରି ରାଇରଙ୍ଗପୁର ଛଠ ପୂଜା କମିଟି ତରଫରୁ ଆଦର୍ଶ ଗିଗଲି ବାଇ ସ୍କୁଲରେ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି । କମିଟିର ସଭାପତି ବିଜୟ କୁମାର ରାମଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ହିନ୍ଦୀ ଭାଷାଭାଷୀ ଏବଂ ଗିଗଲୀବାଇ ସ୍କୁଲର ପୁରାତନ ଛାତ୍ର ମାନେ ଉପସ୍ଥିତ ରହି ହିନ୍ଦୀର ଆନ୍ତର୍ଜାତିକ ଭୂମିକା ଉପରେ ଚର୍ଚା କରିଥିଲେ । ଛଠ ପୂଜା କମିଟିର ଉପସଭାପତି ଅବଧେଶ ମିଶ୍ର, ଚାମ୍ବର ଅଫ କମର୍ସର ବିଜୟ କୁମାର ଅଗ୍ରୱାଲ ଏବଂ ସୁନୀଲ ଚୌବେ, ବିହାରୀ ଏକତା ସଂଘ ସଭାପତି ଲାଲ ବାବୁ ସାଓ ଏବଂ ଭାଲ ଚନ୍ଦ୍ର ଶର୍ମା ମଂଚାସିନ ରହି ହିନ୍ଦୀର ଗୁରୁତ୍ୱ ଆଲୋକପାତ କରିଥିଲେ । ରମେଶ ସାହା, ମଦନ ରଜକ, କିଶୋର ରଜକ, ଅଶୋକ ବାଲ୍ମୀକି, ସଂଜୀବ ରାମ, ପଂଚୂ ଲୋହାର, ସଂତୋସୀ କୁମାରୀ ରାମ, ବିନୋଦ ଦାସ, ଟିଂଗୁ ଅଗ୍ରୱାଲ, ସୂଜୀତ ସାଓ, ରାଜେଶ ରାମ, ରାଜେଶ ପ୍ରଜାପତି, ଦେବାଶିଷ ସାଓ, ସଂତୋସ ସିଂହ, ପ୍ରଦୀପ ରାମ, ସୁନୀଲ ସୁଲତାନିଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
