High BP can Cause Kidney Disease : ଉଚ୍ଚ ରକ୍ତଚାପ କିଡନିକୁ କରିଦିଏ ନଷ୍ଟ, ଜାଣନ୍ତୁ ଏହାର ଉପଚାର..
ଯଦି ଆପଣ ଉଚ୍ଚ ରକ୍ତଚାପ ରୋଗରେ ପିଡ଼ିତ, ନଚେତ୍ ଆପଣଙ୍କ ଘରେ ଯଦି କାହାକୁ ହାଇ ବ୍ଲଡ ପ୍ରେସର ସମସ୍ୟା ଅଛି ତେବେ ଆପଣ ସାବଧାନ ହୋଇଯାଆନ୍ତୁ। କାରଣ ବିଶେଷଜ୍ଞଙ୍କ ତଥ୍ୟ ଅନୁସାରେ ଉଚ୍ଚ ରକ୍ତଚାପ ଥିବା ରୋଗୀ କିଛିଟା ଅସାବଧାନତା ହେତୁ କିଡନୀ ଜନିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।ଅନେକ କ୍ଷେତ୍ର କିଡନୀ ନଷ୍ଟ ହୋବାର ମଧ୍ୟ ଆଶଙ୍କା ରହିଥାଏ ।ପ୍ରାଥମିକ ସ୍ତରରେ ଏହି ସମସ୍ୟାର କୌଣସି ଲକ୍ଷଣ ଦେଖାଯାଇ ନଥାଏ ଏବଂ ଏହା ଧିରେ ଧିରେ କିଡନୀକୁ ଖରାପ କରିବାରେ ଲାଗିଥାଏ ।
ଉଚ୍ଚ ରକ୍ତଚାପ କାରଣରୁ କିଡନୀର ବର୍ଜ୍ୟବସ୍ତୁ ଏବଂ ରକ୍ତରୁ ଅତିରିକ୍ତ ତଳର ପଦାର୍ଥ ଫିଲ୍ଟର କରିବାର କ୍ଷମତାକୁ ମଧ୍ୟ ଧିରେ ଧିରେ ନଷ୍ଟ ହୋଇଯାଇଥାଏ ।ସମୟାନୁକ୍ରମେ ଏହି ସମସ୍ୟା କ୍ରୋନିକ କିଡନୀ ଜନିତ ରୋଗରେ ପରିଣତ ହୋଇଥାଏ ।ଯଦି ପୂର୍ବରୁ ଆପଣ ରକ୍ତଚାପ ବା ଉଚ୍ଚ ରକ୍ତଚାପରେ ପୀଡ଼ିତ ତେବେ ଏହା କିଡନୀ ଉପରେ ଅଧିକ ପ୍ରଭାବ ପକାଇବା ସହ ଏହାକୁ ଦୁର୍ବଳ ମଧ୍ୟ କରିଥାଏ ।
ବିଶେଷଜ୍ଞମାନେ କ’ଣ କୁହନ୍ତି?
ଆପୋଲୋ ହସ୍ପିଟାଲର ନେଫ୍ରୋଲୋଜିଷ୍ଟ ଏବଂ କିଡନୀ ଟ୍ରାନ୍ସପ୍ଲାଣ୍ଟ ବିଭାଗର ଡକ୍ଟର ଜୟନ୍ତ କୁମାର ନିଜ ଅନୁସନ୍ଧାନରୁ ଏହା ପ୍ରକାଶ କରିଛନ୍ତି ଯେ ଉଚ୍ଚ ରକ୍ତଚାପ କ୍ରୋନିକ୍ ରୋଗ ରୋଗ ସୃଷ୍ଟି କରିପାରେ। ବୟସ ବଢ଼ିବା ସହିତ ଏହି ସମସ୍ୟାର ଆଶଙ୍କା ମଧ୍ୟ ବୃଦ୍ଧି ପାଇବାରେ ଲାଗିଥାଏ । କେତେକ କ୍ଷେତ୍ରରେ, ଉଚ୍ଚ ଚକ୍ତଚାପ ଧମନୀ ଷ୍ଟେନୋସିସ୍ ମଧ୍ୟ ସୃଷ୍ଟି କରିଥାଏ । ଏହା ସେତେବେଳେ ଦେଖିବାକୁ ମିଳିଥାଏ ଯେତେବେଳେ କିଡନୀକୁ ରକ୍ତ ଯୋଗାଉଥିବା ଧମନୀ ସଂକୀର୍ଣ୍ଣ ହୋଇଯାଏ, ଅଧିକାଂଶ ସମୟରେ ଆଥେରୋସ୍କେ୍ଲରୋସିସ୍ କାରଣରୁ ମଧ୍ୟ ଏହା ହୋଇଥାଏ ।
କେଉଁମାନେ ହୋଇଥାନ୍ତି ଏହି ରୋଗର ଶୀକାର ?
ଗୁରୁତର ଅବସ୍ଥାରେ ରୋଗୀ ଇଏସଆରଡିର ଶିକାର ହୋଇଥାନ୍ତି । ଏହା ହେଉଛି CKD (କ୍ରୋନିକ୍ କିଡନୀ ଡିଜିଜ୍)ର ଶେଷ ପର୍ଯ୍ୟାୟ, ଯେଉଁ ପର୍ଯ୍ୟୟରେ କିଡନୀ ଯଥେଷ୍ଟ କାର୍ଯ୍ୟ କରିବାର କ୍ଷମତା ହରାଇଥାଏ । ଏହି ଅବସ୍ଥାରେ ରୋଗୀର କିଡନୀ ମଧ୍ୟ ବିଫଳ ହୋଇପାରେ। ଏଭଳି ପରିସ୍ଥିତିରେ ଉଚ୍ଚ ରକ୍ତଚାପ ଥିବା ରୋଗୀମାନେ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ୍ | ବିଶେଷକରି ୫୦ ବର୍ଷରୁ ଅଧିକ ବୟସ୍କମାନେ ଏହାର ବିଶେଷ ଯତ୍ନ ନେବା ଆବଶ୍ୟକ ରହିଛି ।
ଏହିପରି କରନ୍ତୁ ପ୍ରତିକାର :
କ୍ରୋନିକ୍ କିଡନୀ ରୋଗକୁ ଅଧିକ ବଢ଼ିବାରୁ ରୋକିବା ପାଇଁ ପ୍ରଥମେ ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରିବା ନିତ୍ୟାନ୍ତ ଆବଶ୍ୟକ । ଏଥି ପାଇଁ ପ୍ରଥିମେ ଆପଣ ନିଜର ଜିବନଶୈଳୀ ଓ ଖାଦ୍ୟପେୟର ପରିବର୍ତ୍ତନ କରିବା ଆବଶ୍ୟକ । ଯଥା ସମ୍ଭବ ଆପଣ ସୁସ୍ଥ ପରିବେଶରେ ରହନ୍ତୁ, ସୁସ୍ଥ ଖାଦ୍ୟ ଖାଆନ୍ତୁ, ନିୟମିତ ଯୋଗ କିମ୍ବା ବ୍ୟାୟାମ କରନ୍ତୁ, ଉଚ୍ଚ ରକ୍ତଚାପ ପାଇଁ ଡାକ୍ତର ଦ୍ୱାରା ପରାମର୍ଶ କରାଯାଇଥିବା ଔଷଧ ମଧ୍ୟ ଖାଆନ୍ତୁ ।ନିୟମିତ ଏପରି କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ଏବଂ ଏହା କିଡନୀ ରୋଗର ଆଶଙ୍କା ମଧ୍ୟ ହ୍ରାସ କରିଥାଏ ।
