Skip to content
- ଯଦି ଆପଣ ଓଜନ କମାଇବାକୁ ଚାହୁଁଥାନ୍ତି ତେବେ ବିବାହର ୩-୬ ମାସ ପୂର୍ବରୁ ଏଥିନେଇ ଚେଷ୍ଟା କରନ୍ତୁ । ପ୍ରଥମେ ଭଲ ନ୍ୟୁଟ୍ରିଶନିଷ୍ଟ ଏବଂ ଟ୍ରେନରଙ୍କ ପରାମର୍ଶ ନେଇ ବ୍ୟାୟାମ ଆରମ୍ଭ କରିଦିଅନ୍ତୁ ।
- ବ୍ୟାୟାମ କରିବା ପାଇଁ ସକାଳ ହିଁ ସବୁଠାରୁ ଭଲ ସମୟ । ତେଣୁ ସକାଳୁ ଉଠିବା ପରେ କିଛି ସମୟ ଚାଲିବା ସହ ଯୋଗ କରନ୍ତୁ ।
- ଶୀଘ୍ର ପତଳା ହେବା ନିଶାରେ ବଜାରରେ ମିଳୁଥିବା ୱେଟ୍ ଲସ୍ ଖାଦ୍ୟଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । କ’ଣ ଖାଇଲେ ସ୍ଲିମ୍ ରହିବେ ସେ ନେଇ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
- ସବୁବେଳେ ଭିଟାମିନ୍ଯୁକ୍ତ ଖାଦ୍ୟ ଖାଆନ୍ତୁ । ବ୍ରେକ୍ଫାଷ୍ଟ, ଲଞ୍ଚ ସହିତ ଡିନରରେ ହାଲୁକା ଖାଦ୍ୟ ଖାଆନ୍ତୁ । ଏକାଥରରେ ପୁଳାଏ ନ ଖାଇ ପ୍ରତି ୨ ଘଣ୍ଟା ବ୍ୟବଧାନରେ ଅଳ୍ପ ଅଳ୍ପ ଖାଇବା ଭଲ । ସବୁଜ ପନିପରିବା ଏବଂ ଫଳମୂଳ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ ।
- ନିୟମିତ ଷ୍ଟ୍ରେଚିଂ ଅଭ୍ୟାସ ରଖନ୍ତୁ । ଏହା ସହିତ ପ୍ରାଣାୟାମ କରନ୍ତୁ । କାରଣ ଏହା ଆପଣଙ୍କୁ ବିଭିନ୍ନ ଚିନ୍ତା ଏବଂ ଅବସାଦରୁ ଉପଶମ ଦେଇଥାଏ ।
- ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସବୁବେଳେ ଚିନ୍ତାମୁକ୍ତ ଏବଂ ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ ।
Post Views: 1,280