ପାଳିଆବିନ୍ଧା ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ସ୍ୱାସ୍ଥ୍ୟସେବା ଓ ରକ୍ତଦାନ ଶିବିର
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଶନିବାର ସ୍ୱାସ୍ଥ୍ୟସେବା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୨୫୦ଜଣ ରୋଗୀଙ୍କୁ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଇ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ଏଥିସହ ରକ୍ତଦାନ ଶିବିରରେ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସଂଘର ସଭାପତି ରଘୁନାଥ ପଶୁପାଳକ ଓ ସମ୍ପାଦକ ଅକ୍ଷୟ କୁମାର ବିଶ୍ୱାଳଙ୍କ ସମେତ ସମସ୍ତ ସଦସ୍ୟଙ୍କ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଡାକ୍ତର ପ୍ରଭାସ କୁମାର ମହାନ୍ତି, ଡା. କୁନ୍ତଳା ମିଶ୍ର, ଡା. ଡିଡି ଦାସ ରୋଗୀମାନଙ୍କର ଚିକିତ୍ସା କରିଥିବା ବେଳେ ଡା. ଶରତ କୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରକ୍ତ ସଂଗ୍ରହ କରାଯାଇଥିଲା । ଶିବିରରେ ପାଳିଆବିନ୍ଧା ସରପଞ୍ଚ ଯଶୋଦା ମଲ୍ଳିକ, ସମିତିସଭ୍ୟ ଜୀବନଜ୍ୟୋତି ପଲେଇ, ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀପ୍ତିକାନ୍ତ ପଣ୍ଡା ପ୍ରମୁଖଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ, ବିଏନଏମ କଲେଜ ଜାତୀୟ ସେବା ଯୋଜନା ବିଭାଗର ଛାତ୍ରଛାତ୍ରୀ ଓ କାର୍ଯ୍ୟକ୍ରମ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସଂଘର ସଦସ୍ୟ ବିଷ୍ଣୁ କୁମାର ସାହୁ, ଅମର ଶତପଥି, ପ୍ରଦୀପ ନାୟକ, ଇଂ ମହେଶ ପ୍ରସାଦ ଦାସ, ସୁବାସ ପାତ୍ର, ମଦନ ମୁଦୁଲି, ଖଗେଶ୍ୱର ବଳ, ଶରତ ଓଝା, ସୁଦର୍ଶନ ସାହୁ, ଶରତ କୁମାର ବିଶ୍ୱାଳ, ଧର୍ମାନନ୍ଦ ଦାସ, ବୀରନାରାୟଣ ଦାସ, ମଳୟ ସାହୁ, ଦିବାକର ସାମଲ ପ୍ରମୁଖ ଉପସ୍ଥିତ ଉପସ୍ଥିତ ଥିଲେ ।
