ୱାଇଜ୍ମ୍ୟାନ କ୍ଲବ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା
କଟକ : ୱାଇଜ୍ମ୍ୟାନ କ୍ଲବ କଟକ ଓ ସ୍ୱାଗର ମିଳିତ ଆନୁକୂଲ୍ୟରେ କଟକ ବିସିନାବରସ୍ଥିତ ମଲ୍ଲିକ ସାହିଠାରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଓ ସାନିଟାରୀ କିଟ୍ ବିତରଣ କରାଯାଇଛି । ୱାଇଜମ୍ୟାନ କ୍ଲବ ସଭାପତି ଡାକ୍ତର ପ୍ରଭାତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିବେଶବିତ୍ ପୂର୍ବତନ ଗଭର୍ଣ୍ଣର ଡ. ଆଶୁତୋଷ ଦେବତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ହିଁ ସଂପଦ ସେଥିପାଇଁ ଏହି ଦେଶର ସୁରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ବକ୍ତବ୍ୟରେ ପ୍ରକାଶ କରିବା ସଂଗେ ସଂଗେ ନିଜେ ସଫାସୁତୁରା ରହିବା ସହିତ ପରିବେଶକୁ ସଫା ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ଅତିଥି ଭାବେ ଆଇନଜୀବୀ ବିଭୂଦତ ଦାସ ଯୋଗଦେଇ ୱାଇଜ୍ମ୍ୟାନ କ୍ଲବର ସାମାଜିକ କାର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ୩୭ ନଂ ୱାର୍ଡ କର୍ପୋରେଟର ଯତିନ ବେହେରା ଆଜିର ସାନିଟାରୀ କିଟ୍ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବରେ ଏଲଆରଡି ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ, ସତ୍ୟ ଗୋପାଳ ପରିଜା, ଜ୍ୟୋତିରଂଜନ ସିଂହ, ସ୍ୱାଗର କର୍ମକର୍ତ୍ତା ସୁଜାତା ସାମଲ, ଇତିଶ୍ରୀ ଦାସ, ସ୍ୱରୂପା ରାଣୀ ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
