୧୩ରେ ଦି’ଲ କଲେଜ ପୁରାତନ ଛାତ୍ର ସଂଘର ସାଧାରଣ ବୈଠକ
କଟକ : ଦି’ଲ କଲେଜ ପୁରାତନ ଛାତ୍ର ସଂଘର ଏକ ଜରୁରୀ ବୈଠକ କାର୍ଯ୍ୟ ନିର୍ବାହୀ ସଦସ୍ୟ ଏବଂ ଉପଦେଷ୍ଟାଙ୍କର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ବରିଷ୍ଠ ଆଇନଜୀବୀ ଡ. ଟହଲି ଚରଣ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ସଂପାଦକ ବିଭୁ ପ୍ରସନ୍ନ ମହାପାତ୍ର, ଉପସଭାପତି ସୁବାସ ମହାନ୍ତି, କୋଷାଧ୍ୟକ୍ଷ ଶୁଭାଶିଷ ମହାନ୍ତି, ସହ ସଂପାଦକ ଅସିତ କୁମାର ଜେନା, ଉପଦେଷ୍ଟାମଣ୍ଡଳି ରଣିଜତ ମହାପାତ୍ର, ଭୁଜିତ ପଟ୍ଟନାୟକ, ପ୍ରସନ୍ନ କୁମାର ନନ୍ଦ, ଦିନେଶ ରାୟ, ପ୍ରତାପ କେଶରୀ ଦେଓ, ଶ୍ରଦ୍ଧାଂଜଳି ସାହୁ, ରାଜେଶ ପ୍ରସାଦ ଭଗତ, ସଂଜିବ ମହାନ୍ତି ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆସନ୍ତା ୧୩ରେ ପୁରାତନ ଛାତ୍ର ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯିବ ବୋଲି ସବ୍ରସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହେବା ସହିତ ଚଳିତବର୍ଷ ଡିସେମ୍ବରରେ ହେବାକୁ ଥିବା ରାଜ୍ୟ ଆଇନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସିମ୍ପୋଜିୟମ ଏବଂ ପୁରାତନ ଛାତ୍ର ସଂଘର ବାର୍ଷିକ ଉତ୍ସବ ଦିନ ଧାର୍ଯ୍ୟ କରାଯିବ ବୋଲି ଚୂଡାନ୍ତ କରିଥିଲେ ।
