ମହିଳା ବିଗ୍ ବାସ୍ ଲିଗ୍ରୁ ଓହରିଲେ ଆହତ ହରମନପ୍ରୀତ
ମେଲବର୍ଣ୍ଣ : ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ କୌର ଆହତ ଯୋଗୁଁ ମହିଳା ବିଗ୍ ବାସ୍ ଲିଗ୍ (ଡବ୍ଲୁବିବିଏଲ୍)ରୁ ଓହରି ଯାଇଛନ୍ତି। ପିଠିରେ ଯନ୍ତ୍ରଣା ହେଉଥିବାରୁ ଏହି ଲିଗ୍ରେ ମେଲବର୍ଣ୍ଣ ରେନିଗେଡ୍ସ ପାଇଁ ସେ ଖେଳିପାରିବେନି ବୋଲି ସୂଚନା ଦିଆଯାଇଛି। ଏସିଆ କପ୍ରେ ଭାରତୀୟ ଦଳର ନେତୃତ୍ବ ନେଉଥିବାରୁ ମହିଳା ବିବିଏଲ୍ରେ ହର୍ମନପ୍ରୀତ୍ ନିଜ ଦଳ ପାଇଁ ପ୍ରଥମ ଦୁଇ ମ୍ୟାଚ୍ ଖେଳିପାରିନଥିଲେ। ଏବେ ତାଙ୍କ ସ୍ଥାନରେ ଇଂଲଣ୍ଡର ଇଭି ଜୋନ୍ସଙ୍କୁ ଦଳରେ ନିଆଯିବାକୁ ସ୍ଥିର କରାଯାଇଥିବା ମହାପ୍ରବନ୍ଧକ ଜେମ୍ସ ରୋସେନ୍ଗାର୍ଟେନ୍ ସୂଚନା ଦେଇଛନ୍ତି ।
ସୂଚନା ଯେ, ହର୍ମନପ୍ରୀତ୍ ଗତ ସଂସ୍କରଣରେ ୪୦୬ ରନ୍ ସଂଗ୍ରହ କରିବା ସହ ୧୩ ମ୍ୟାଚ୍ରୁ ୧୫ ୱିକେଟ୍ ଅକ୍ତିଆର କରି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
