୫୬ବର୍ଷରେ ପାଦ ଦେଲେ ଭାଇଜାନ : ହାପି ବର୍ଥ ଡ଼େ ସଲମାନ୍ ଖାନ୍
ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର ତଥା ଭାଇଜାନ ସଲମାନ ଖାନଙ୍କ ଆଜି ଜନ୍ମଦିନ । ୫୬ବର୍ଷରେ ପାଦ ଥାପିଛନ୍ତି ଅଗଣିତ ଦର୍ଶକଙ୍କ ପ୍ରିୟ ସଲମାନ୍ । ଦର୍ଶକ ତାଙ୍କ ଆକ୍ସନ, ରୋମାନ୍ସ ଓ ସବୁ ଚରିତ୍ରକୁ ଦେଖିବାକୁ ବେଶ୍ ପସନ୍ଦ କରିଥାନ୍ତି । । ବାର୍ଥ ଡ଼େ ଅବସରରେ ତାଙ୍କ ପାଖକୁ ଦେଶ, ବିଦେଶରୁ ଫ୍ୟାନ୍ସଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି ।
୧୯୬୫ ଡ଼ିସେମ୍ବର ୨୭ତାରିଖରେ ମଧ୍ୟପ୍ରଦେଶରେ ସଲମାନଙ୍କର ଜନ୍ମଦିନ ।୧୯୮୮ରେ ‘ବିୱି ହୋ ତୋ ଏସି’ ଫିଲ୍ମରେ ସହ କଳାକାର ରୂପରେ ବଲିଡ଼ରେ ଡ଼େବ୍ୟୁ କରିଥିଲେ ।୧୯୮୯ରେ ହିରୋ ଭାବେ ‘ମେନେ ପ୍ୟାର କିୟା’ରେ କାମ କରିବାର ସୁଯୋଗ ପାଇଥିଲେ । ପରେ ପରେ ‘ହମ୍ ଆପକେ ହେ କୌନ୍’, ‘ଦବଙ୍ଗ’, ‘ୱାଣ୍ଟେଡ଼୍’, ‘ବଜରଙ୍ଗୀ ଭାଇଜାନ’ ଭଳି ଅନେକ ଫିଲ୍ମ କରି ଦର୍ଶକଙ୍କ ବେଶ୍ ପ୍ରିୟ ହୋଇପାରିଛନ୍ତି ।
