ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଆଗକୁ ଡେଇଁବାକୁ ଦିବ୍ୟାଙ୍ଗଙ୍କ ଉଦ୍ୟମ, ଉଠାଇ ନେଲା ପୋଲିସ
ବାଲେଶ୍ୱର : ଆବାସ ପାଇଁ ଆତ୍ମାହୁତି ଉଦ୍ୟମ। ଆଜି ବାଲେଶ୍ବର ପୋଲିସ ଲାଇନ ଛକରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଆଗକୁ ଡେଇଁବାକୁ ଉଦ୍ୟମ କରୁଥିବା ଦିବ୍ୟାଙ୍ଗ ଯୁବକଙ୍କୁ ଉଠାଇ ନେଲା ପୋଲିସ।
ସୂଚନା ଯେ, ଆଜି ବାଲେଶ୍ୱର ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ବର ପୋଲିସ ଲାଇନ ଛକରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଆଗକୁ ଡେଇଁବାକୁ ଉଦ୍ୟମ କରୁଥିବାବେଳେ ଦିବ୍ୟାଙ୍ଗ ମୃତ୍ୟୁଞ୍ଜୟ ଉପାଧ୍ୟାୟଙ୍କୁ ଉଠାଇନେଲା ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ବେଳେ ଆତ୍ମହୁତି ପାଇଁ ପୂର୍ବରୁ ଚେତାବନୀ ଦେଇଥିଲେ ସିମୁଳିଆର ମୃତ୍ୟୁଞ୍ଜୟ । ଗତ ବର୍ଷ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ବେଳେ ପକ୍କା ଘର ଦେବାକୁ ଲିଖିତ ପ୍ରତିଶୃତି ଦେଇଥିଲା ପ୍ରଶାସନ । କିନ୍ତୁ ବର୍ଷେ ପରେ ବି କିଛି ହେଲାନି । ତେଣୁ ସେ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଆତ୍ମହୁତି ପାଇଁ ଚେତାବନୀ ଦେଇଥିଲେ ।
ଏନେଇ ମୃତ୍ୟୁଞ୍ଜୟ କହିଛନ୍ତି ଯେ, ଗତବର୍ଷ ଦାବି ଜଣାଇଥିଲେ ହେଁ ଗୋଟେ ପଲିଥିନ ଦେଇ ଠକେଇ ଦେଇଛନ୍ତି । ମୋତେ ନ୍ୟାୟ ମିଳୁ । ଘର ଖଣ୍ଡିଏ ମିଳୁ । ଚାକିରୀ ମିଳୁ ।
