ସ୍କୁଟିକୁ ଧକ୍କା ଦେଲା ହାଇୱା, ୨ ମୃତ
ଲହୁଣିପଡ଼ା : ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ରଜାମୁଣ୍ଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ଏକ ହାଇୱା । ଏଥିରେ ଦୁଇ କିନ୍ନରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଚଳାଇଛି।
ସୂଚନା ଯେ, ଗୋଟିଏ ସ୍କୁଟିରେ ଚାରିଜଣ କିନ୍ନର ୧୪୩ ନମ୍ବର ଜାତୀୟ ରାଜପଥରେ ଲହୁଣିପଡ଼ା ଆଡ଼କୁ ଯାଉଥିବା ବେଳେ ରଜାମୁଣ୍ଡା ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ହାଇୱା ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ କିନ୍ନରଙ୍କ ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ଦୁଇ ଆହତ ହୋଇଛନ୍ତି। ଚାରି କିନ୍ନର ଲହୁଣିପଡ଼ା ଥାନା ଅନ୍ତର୍ଗତ ଲହଙ୍ଗାପଡ଼ାରେ ରହୁଥିଲେ।
