ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ପୋଲିସ୍ ଫାଣ୍ଡି ଦାବି
ସୁନ୍ଦରଗଡ : ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ବାରମ୍ୱାର ଡକାୟତିର ତୀବ୍ର ପ୍ରତିବାଦ କରି ପୋଲିସ୍ ଫାଣ୍ଡି ଦାବିରେ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦିଆଯାଇଛି । ହେମଗିରି ଥାନା ବିଲେଇ ମୁଣ୍ଡାରେ ପୋଲିସ୍ ଫାଣ୍ଡି ଦାବୀରେ ଏହି ବନ୍ଦ ଡାକରା ଦିଆଯାଇଛି ।
ସୂଚନା ଯେ, ବିଜେଡି ନେତା ଗୋପାଳ ପ୍ରଧାନଙ୍କ ଘରେ ଡକାୟତି ପରେ ଜୋର୍ ଧରିଛି ଫାଣ୍ଡି ମାନ୍ୟତା ଦାବି । ଚଳିତ ମାସ ୪ ତାରିଖ ଦିନ ହୋଇଥିଲା ଡକାୟତି । ଡକାୟତମାନେ ଘରେ ପଶି ଲୁଟିନେଇଥିଲେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା । ତେବେ ଏହି ଅଞ୍ଚଳରେ ବରାବର ଏଭଳି ଅପରାଧ ଘଟୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବାରୁ ସେଠାରେ ଏକ ଫାଣ୍ଡି କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଉଛନ୍ତି ସ୍ଥାନୀୟ ଲୋକେ ।
