ଗୁଟଖା କାରଖାନାରେ ଅଗ୍ନିକାଣ୍ଡ : ୨୫ କର୍ମଚାରୀ ଆହତ, ଉଦ୍ଧାର କାର୍ଯ୍ୟ ଜାରି
ସମ୍ବଲପୁର : ସମ୍ବଲପୁର ଜିଲା ଅଇଁଠାପାଲି ଅନ୍ତର୍ଗତ ପରଧିଆପାଲିରେ ଥିବା ଗୁଟଖା କାରଖାନାରେ ଅଗ୍ନିକାଣ୍ଡ । ୨୫ ଜଣ କର୍ମଚାରୀ ଆହତ ହୋଇଥିବା ସୂଚନା । ୪ ଜଣ ଗୁରୁତର ଅଛନ୍ତି । ସମସ୍ତ ଆହତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ।
ସୂଚନା ଯେ, ପରଧିଆପାଲି ସ୍ଥିତ ଏକ ଗୁଟ୍ଖା କାରଖାନାରେ ସୋମବାର ସକାଳ ପ୍ରାୟ ସାଢେ ୧୧ଟା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । ଯାହାର ଖବର ତୁରନ୍ତ ଅଗ୍ନିଶମ ବାହିନୀକୁ ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ନିଆଁ ଲାଗିବାର କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି ।
