ଗୁରୁ ରାହୁଙ୍କ ସଂଯୋଗ ବଦଳାଇବ ଏହି ରାଶିଙ୍କ ଭାଗ୍ୟ, ଧନଧାନ୍ୟରେ ଭରିଯିବ ଜୀବନ
ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରତ୍ୟକ ଗ୍ରହ ଏକ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରନ୍ତି । ଆଉ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ କିଛି ରାଶିକୁ ଶୁଭଫଳ ପ୍ରଦାନ କରୁଥିବା ବେଳେ ଆଉ କିଛି ରାଶିକୁ ଅଶୁଭ ଫଳ ପ୍ରଦାନ କରିଥାଏ। ଚଳିତ ମାସ ଗ୍ରହ ମାନଙ୍କ ଚଳନ ଦୃଷ୍ଟିକୋଣରୁ ଅତ୍ୟନ୍ତ ଶୁଭ ଅଟେ । କାରଣ ଅନେକ ଗ୍ରହ ଏହି ମାସରେ ସେମାନଙ୍କର ଗତିବିଧି ବା ଚଳନରେ ପରିବର୍ତ୍ତନ କରିଥିବା ବେଳେ ଆଉ କେତେକ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି କ୍ରମରେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମେଷ ରାଶିରେ ଗୁରୁ ଏବଂ ରାହୁଙ୍କର ଏକ ଦୁର୍ଲଭ ସଂଯୋଗ ସୃଷ୍ଟି ହୋଇଛି । ଅକ୍ଟୋବର ୨୯ରେ,ରାହୁ ମୀନ ରାଶିରେ ପ୍ରବେଶ କରିସାରିଥିବା ବେଳେ ଗୁରୁ ମଧ୍ୟ ସେହି ରାଶିରେ ପୂର୍ବରୁ ଅଛନ୍ତି । ଫଳରେ ଏହି ଦୁଲର୍ଭ ସଂଯୋଗ ବା ଗୁରୁ ରାହୁ ୟୁତି ଯୋଗ ସୃଷ୍ଟି ହୋଇଛି। ଗୁରୁ ରାହୁ ଦୁର୍ଲଭ ସଂଯୋଗ କାରଣରୁ କିଛି ରାଶିର ଲୋକେ ଏହି ସମୟରେ ଶୁଭଫଳ ପାଇବେ।
ମେଷ : ଗୁରୁ ରାହୁ ୟୁତି ବା ଗୁରୁ ରାହୁ ଦୁର୍ଲଭ ସଂଯୋଗ କାରଣରୁ ଏହି ରାଶିର ଲୋକେ ଶୁଭଫଳ ପାଇବେ। କ୍ୟାରିୟରେ ଆପଣ ସଫଳତା ପାଇବେ। ଏହି ସମୟରେ ଯଦି ଆପଣ କୌଣସି ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି। ତାହା କାର୍ଯ୍ୟକାରୀ କରାନ୍ତୁ। ଯାହା ଆପଣଙ୍କୁ ଅଧିକ ଲାଭ ଦେବ। କେବଳ ସେତିକି ନୁହେଁ, ଯେଉଁମାନେ ରାଜନୈତିକ ବ୍ୟକ୍ତି ବିଶେଷ ସେମାନେ ଏହି ସମୟରେ ଦଳ ବଦଳ କଲେ ସେମାନଙ୍କ ପାଇଁ ଆଗାମୀ ଦିନ ଅତ୍ୟନ୍ତ ଭଲ ରହିବ । ସେହିପରି, ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଏହି ଅବଧି ମଧ୍ୟରେ ଭଲ ଅଫର ମିଳିପାରେ। ଦିର୍ଘ ଦିନରୁ ଅଟକି ରହିଥିବା ଟଙ୍କା ମଧ୍ୟ ଆପଣଙ୍କୁ ମିଳିପାରେ।
ତୁଳା : ସେହିପରି, ଗୁରୁ ରାହୁଙ୍କ ଦୁର୍ଲଭ ସଂଯୋଗ କାରଣରୁ ଏହି ରାଶିର ଲୋକଙ୍କ ଭାଗ୍ୟ ମଧ୍ୟ ଫିଟିବ। ଏହି ଅବଧି ମଧ୍ୟରେ ଆପଣଙ୍କୁ ବ୍ୟବସାୟରେ ଅଧିକ ଲାଭ ମିଳିବ। ବିଦେଶ ଭ୍ରମଣର ଯୋଗ ମଧ୍ୟ ରହିଛି । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ। ଆୟ ବଢିବା ସହ ରୋଜଗାର ପାଇଁ ନୂଆ ବାଟ ମଧ୍ୟ ଖୋଲିବ। ଦିର୍ଘ ଦିନ ଧରି କୋର୍ଟ କଚେରୀରେ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଏହି ସମୟରେ ନୂଆ ଗାଡି଼ କିମ୍ବା ଘର କିଣିବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମିଳିବାର ମଧ୍ୟ ସମ୍ଭାବନା ରହିଛି।
ଧନୁ : ଏହି ରାଶିଙ୍କ ପାଇଁ ଶୁଭ ଦିନ ଆରମ୍ଭ ହେବାକୁ ଯାଇଛି । ଗୁରୁ ରାହୁ ୟୁତି କାରଣରୁ ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହେବା ନେଇ ଯୋଗ ରହିଛି । ବ୍ୟବସାୟୀମାନେ ଲାଭବାନ ହେବେ । ପରିବାର ସଦସ୍ୟଙ୍କଠାରୁ ଆର୍ଥିକ୍ ସହଯୋଗ ମିଳିବ। ଅଟକି ରହିଥିବା ଧନ ଆପଣ ଫେରି ପାଇବେ।
