ବାହାଘର ଭୋଜି ଦିନ ପୋଖରୀରେ ବୁଡ଼ି ବରର ମୃତ୍ୟୁ
ବାଲେଶ୍ୱର : ଭୋଜି ପୂର୍ବରୁ ଅଘଟଣ । ବାହାଘର ଭୋଜି ଦିନ ପୋଖରୀରେ ବୁଡ଼ି ବରର ମୃତ୍ୟୁ । ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଖଡୁପାହି ଗାଁରେ ଘଟିଛି ଏହି ଘଟଣା ।
ସୂଚନା ଯେ, ଖଡୁପାହି ଗାଁର ଯୁବକ ଅଜୟ କୁମାର ଭଞ୍ଜଙ୍କର ଗତ ୧ ତାରିଖ ଦିନ ବାହାଘର ହୋଇଥିଲା । ଶୁକ୍ରବାର ସନ୍ଧ୍ୟାରେ ବାହାଘର ନିମନ୍ତେ ଭୋଜି ଥିଲା । ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା । ଭୋଜି ପୂର୍ବରୁ ଅଜୟ ପୋଖରୀକୁ ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ପୋଖରୀରୁ ଅଜୟର ମୃତଦେହ ଉଦ୍ଧାର କରିଛନ୍ତି । ଏନେଇ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି ।
