ସ୍ୱାମୀସ୍ତ୍ରୀଙ୍କ ଗଳାକଟି ହତ୍ୟା ଘଟଣାରେ : ପୁଲିସ,ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁରର ତନାଘନା
ସୋର : ସୋର ବ୍ଲକ ସବିରା ପଞ୍ଚାୟତ ମାଝୀ ସାହି ଗ୍ରାମରେ ଗତକାଲି ରାତିରେ ସ୍ୱାମୀ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରାଯାଇଥିବା ଘଟଣାରେ ଆଜି ସକାଳେ ସୋର ପୁଲିସ ସଂଟିଫିକ ଟିମ ସହ ସନ୍ଧାନୀ କୁକୁରର ସହିତ ତନାଘନା କରିଥିବା ଦେଖିବକୁ ମିଳିଛି। ଗତକାଲି ରାତିରେ ଏହି ଗ୍ରାମର ବୁଦ୍ଧିରାମ ବେହେରାଙ୍କ ପୁଅ ରଘୁନାଥ ବେହେରା ଏବଂ ତାଙ୍କ ସ୍ତ୍ରୀ ପ୍ରଭାତୀ ବେହେରାଙ୍କୁ କେହି ଦୁର୍ବୁର୍ତ୍ତ ଉଭୟଙ୍କ ଗଳାକାଟି ହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଉଭୟ ସ୍ୱାମୀ ସ୍ତ୍ରୀ ଘର ଠାରୁ ଅନତି ଦୂରରେ ଥିବା ତାଙ୍କ ନିଜ କୁକୁଡ଼ା ଫାର୍ମରେ ଶୋଇଥିବା ବେଳେ ଏହି ଘଟଣା ଘଟିଥିଲା। ଏହି କୁକୁଡ଼ା ଫାର୍ମରେ କୁକୁଡ଼ା ସମେତ ଛେଳି ରହୁଥିବାରୁ କେହି ଦୁର୍ବୁର୍ତ୍ତ ଚୋରି କରିଥିବା ଉଦେଶ୍ୟରେ ଆସି ଉଭୟଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକେ ଉଭୟଙ୍କ ଗଁ ଗଁ ଆବାଜ ଶୁଣି ଘଟଣା ସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଦେଖିପାରି ନ ଥିଲେ। ଖବର ପାଇ ସୋର ଥାନା ଆଇଆଇସି ସୁଜାତା ଖମାରୀଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଗତକାଲି ରାତିରୁ ପୁଲିସ ଟିମ ଶବକୁ ଜଗିରହିଥିଲେ। ଆଜି ସକାଳେ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର ସହାୟତାରେ ପୁଲିସ ତନାଘନା ଆରମ୍ଭ କରିଥିଲେ ପରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସୋର ଡକ୍ତରଖାନାକୁ ଆଣିଥିଲେ।ଉକ୍ତ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତେବେ ଦିନକୁ ଦିନ ସୋର ଅଂଚଳରେ ଏପରି ଘଟଣା ଘଟିବା ପରେ ଅଂଚଳ ବାସୀ ଅସୁରକ୍ଷିତ ମନେ କରୁଥିବା ଦେଖିବାକୁ ମିଳୁଛି।
