ସିଏମସିର ଅଭିଯୋଗ ସମାଧାନ ସଭା
କଟକ : କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ସିଏମସି ବିଜୁଭବନ କାର୍ଯ୍ୟାଳୟରେ ଏକ ଅଭିଯୋଗ ସମାଧାନ ସଭା ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହୋଇଯାଇଛି । ସିଏମସି କମିଶନର ନିଖିଲ ପୱନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଭିନ୍ନ ଅଭିଯୋଗର ପ୍ରତିକାର ନେଇ ଶୁଣାଣି କରାଯାଇଥିଲା । ଏଥିରେ ସମୁଦାୟ ୧୦ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସେଥିମଧ୍ୟରେ ଏନଫୋର୍ସମେଣ୍ଟ ଉପରେ ୩ଟି, ପରିମଳ ଦୁଇଟି, ବସ୍ତି ଉନ୍ନୟନ ଦୁଇଟି, ଜବର ଦଖଲ ସଂକ୍ରାନ୍ତ ଗୋଟିଏ, ଆଧାର ଉପରେ ଗୋଟିଏ ଓ ଇଷ୍ଟେଟ୍ ଉପରେ ଗୋଟିଏ ଅଭିଯୋଗର ସମାଧାନ କରାଯାଇଥିଲା ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଅନୁଷ୍ଠିତ ସଭାରେ କମିଶନର ଶ୍ରୀ କଲ୍ୟାଣଙ୍କ ସମେତ ଅତିରିକ୍ତ କମିଶନର ଅନାମ ପାତ୍ର, ଡେପୁଟି କମିଶନର ସଂଜୀବୀତା ରାୟ, ସହକାରୀ ପ୍ଲାନିଂ ଅଫିସର, ବସ୍ତି ଉନ୍ନୟନ ଅଧିକାରୀ ଶ୍ୱେତପଦ୍ମା ଡି. ଶତପଥୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
